ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଥର ହେଉଛି ଏକ ବା ଏକାଧିକ ଖଣିଜ ପଦାର୍ଥକୁ ନେଇ ପ୍ରାକୃତିକ ଭାବରେ ଗଠିତ ହୋଇଥିବା ଏକ କଠିନ ପଦାର୍ଥ । ଛୋଟ ପଥରଗୁଡ଼ିକୁ ସାଧାରଣତଃ ଷ୍ଟୋନ୍ ବା ପଥର ଖଣ୍ଡ କୁହାଯାଏ । ଉଦାହରଣ ସ୍ୱରୂପ, ସାଧାରଣ ପଥର ଗ୍ରାନାଇଟ୍ ହେଉଛି କ୍ୱାର୍ଟଜ୍, ଫେଲଡସ୍ପାର୍ ଏବଂ ବାୟୋଟାଇଟ୍ ଖଣିଜ ପଦାର୍ଥର ମିଶ୍ରଣ । ପୃଥିବୀର ବାହ୍ୟ କଠିନ ସ୍ତର, ଲିଥୋସାଇଫର୍, ପଥରରେ ନିର୍ମିତ । କେଉଁ ଐତିହାସିକ ଯୁଗରୁ ମାନବ ଜାତି ପଥର ବ୍ୟବହାର କରିଆସୁଛି । ପ୍ରସ୍ତର ଯୁଗରୁ, ପଥରଗୁଡ଼ିକ ବିଭିନ୍ନ ଉପକରଣ ପାଇଁ ବ୍ୟବହୃତ ହୋଇଆସୁଛି । ଗ୍ରାମାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ପଥର ପେଶଣା ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ପଥରରୁ ମିଳୁଥିବା ଖଣିଜ ପଦାର୍ଥ ଏବଂ ଧାତୁ ମାନବ ସଭ୍ୟତା ପାଇଁ ଅତ୍ୟନ୍ତ ଜରୁରୀ । ପ୍ରାଚୀନ କାଳରୁ ପଥର ବ୍ୟବହାର ହେବା ବିଷୟରେ ଆମେ ଅବଗତ ଅଛନ୍ତି । କ୍ରମେ ଅନେକ ପଥର ଉପକରଣର ବିକାଶ ଦେଖାଗଲା । କୋଠା ବାଡି ଏବଂ ପ୍ରାଥମିକ ଭିତ୍ତିଭୂମି ନିର୍ମାଣରେ ପଥର ଏକ ପ୍ରମୁଖ ଉପାଦାନ ଭାବରେ ବ୍ୟବହୃତ ହେବାରେ ଲାଗିଲା । ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ କଂକ୍ରିଟ ପରି ନୂତନ କିସମର ପଥର ଶିଳ୍ପ ପତିମାନେ ନିର୍ମାଣ କଲେ । ଆଧୁନିକ ପ୍ରଣାଳୀରେ ଯେଉଁ କୋଠା ମାନ ନିର୍ମିତ ହେଉଛି ସେଥିରେ ବିଭିନ୍ନ କିସମର ବ୍ୟୟ ବହୁଳ ପଥର ଖଞ୍ଜା ହେଉଛି । ପଥରରୁ ବିଭିନ୍ନ ଧାତୁ ସମେତ ସେଥି ମଧ୍ୟରେ ଥିବା ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ଖଣି ବିକଶିତ ହେଲା । ଆନ୍ତର୍ଜାତୀୟ ପଥର ଦିବସ ସୃଷ୍ଟି କରାଯିବାର ଉର୍ଦ୍ଦେଶ୍ୟ ହେଉଛି ଯେ, ଜନସାଧାରଣ ପଥର ବିଷୟରେ ଅଧିକରୁ ଅଧିକ ଜାଣିପାରିବେ । ସର୍ବଶେଷରେ, ଜାଣି ରଖିବା ଉଚିତ୍ ଯେ, ପଥରଗୁଡିକ ପରିବେଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ପଥରଗୁଡିକ ସ୍ଥଳ ଭାବରେ ତିନି ଭାଗରେ ବିଭକ୍ତ କରାଯାଏ ଯଥା ଇଗ୍ନିୟସ, ସେଡିମେଣ୍ଟାରି ଏବଂ ମେଟାମର୍ଫିକ୍ । ପଥରଗୁଡିକର ବୈଜ୍ଞାନିକ ଅଧ୍ୟୟନକୁ ପେଟ୍ରୋଲୋଜି କୁହାଯାଏ, ଯାହା ଭୂବିଜ୍ଞାନର ଏକ ଅତ୍ୟାବଶ୍ୟକ ଉପାଦାନ । ପଥରଗୁଡିକ ସୁକ୍ଷ୍ମ ଖଣିଜ ପଦାର୍ଥ ଗୁଡିକକୁ ନେଇ ଗଠିତ । ପଥର ଗଠନ କରୁଥିବା ସମୁଦାୟ ଖଣିଜ ପଦାର୍ଥ ରାସାୟନିକ ବନ୍ଧନ ଦ୍ୱାରା ଏକତ୍ରିତ ସଂଯୋଜିତ ହୋଇ ରହିଥାଏ । ପଥରରେ ରହିଥିବା ଖଣିଜ ପଦାର୍ଥର ପ୍ରକାର ଏବଂ ପ୍ରଚୁରତାକୁ ଭିତ୍ତି କରି ପଥରର ମାନ ନିର୍ଣ୍ଣୟ କରାଯାଏ । ଅନେକ ପଥରରେ ସିଲିକା ଥାଏ; ସିଲିକନ୍ ଏବଂ ଅମ୍ଳଜାନର ଏକ ଯୌଗିକ ମିଶ୍ରଣ ଯାହା ପୃଥିବୀର ଭୂତଳର ୭୪.୩ % ସୃଷ୍ଟି କରେ । ଏହି ପଦାର୍ଥ ପଥରରେ ଥିବା ଅନ୍ୟ ବସ୍ତୁ ସହିତ ମିଶି ସ୍ଫଟିକ୍ ସୃଷ୍ଟି କରେ । ପଥର ଏବଂ ଖଣିଜ ପଦାର୍ଥରେ ସିଲିକା ଅନୁପାତ ସେମାନଙ୍କ ନାମ ଏବଂ ଗୁଣ ନିର୍ଣ୍ଣୟ କରିବାରେ ଏକ ପ୍ରମୁଖ କାରଣ ଅଟେ । ଆନ୍ତର୍ଜାତୀୟ ପଥର ଦିବସ ପାଳନ ମାନବଜାତି ପାଇଁ ପଥରର ଅବଦାନ ବିଷୟରେ ଜାଣିବା ପାଇଁ ଗୁରୁତ୍ୱ ବହନ କରେ ।