centurian jitm

ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ

nschool

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ କନ୍‌ଫରେନ୍ସ ହଲ୍‌ଠାରେ ବ୍ଲକସ୍ତରୀୟ ଗୁରୁ ଦିବସ ସୋମବାର ପାଳିତ ହୋଇଯାଇଛି । ସୁସ୍ଥ ସମାଜଗଠନ କରିବାରେ ଗୁରୁଙ୍କ ପ୍ରମୁଖ ଭୂମିକା ରହିଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାର୍ଥୀମାନେ ଅତିଥିଙ୍କୁ ଗୁରୁ ପୂଜନ କରି ମଞ୍ଚକୁ ପାଛୋଟି ନେଇଥିଲେ । ଛୋଟ ଛୋଟ କୁନି ଛାତ୍ର ଛାତ୍ରୀ ଗୁରୁଙ୍କୁ ଚନ୍ଦନ ଫୁଲ ହେଇ ଗୁରୁ ପୂଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସଂମ୍ମାନିୟ ଅତିଥି ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ମୁଖ୍ୟବକ୍ତା ବିଇଓ ଭାଗିରଥି ସେଠୀ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଏନ୍‌ଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକ, ବ୍ଲକ ଶିକ୍ଷକ ସଙ୍ଘ ସଭାପତି ପ୍ରଶାନ୍ତ କୁମାର ବେହେରା, ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ କୃଷ୍ଣ ଚନ୍ଦ୍ର ବେହେରା, ପିଏସ୍‌ଟିଏ ସଭାପତି ଗଜେନ୍ଦ୍ର ମାଝୀ, ପୂର୍ବତନ ସମିତି ମେମ୍ବର ଗଗନ ସ୍ୱାଇଁ, ପରିବେଶବିତ ଶଙ୍କର ନାରାୟଣ ବେଜ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ସିଆର୍‌ସିସି ନିରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଆଦର୍ଶ ସମାଜ ଗଠନ କ୍ଷେତ୍ରରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ ବୋଲି ମତ ପ୍ରକାଶ ପାଇଥିଲା । ଏଥିସହିତ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ ବୋଲ ମୁଖ୍ୟବକ୍ତା ବିଇଓ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ୧୮ ଜଣ ପ୍ରଧାନ ଶିକ୍ଷକଙ୍କୁ ଉପଢୌକନ ଦେଇ ସଂମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କନିଷ୍ଠ ଶିକ୍ଷକ ସଙ୍ଘ ସଭାପତି ସଞ୍ଜୟ କୁମାର ତରାଇ, ବିପ୍ର ଚରଣ ସାହୁ, ଭବାନୀ ଶଙ୍କର ପଟ୍ଟନାୟକ, ମହେଶ ବେହେରା, ଦାମୋଦର ପଣ୍ଡା, ସିଆରସିସି ତଥା ସଙ୍ଘ ସମ୍ପାଦକ ଅଭିରାମ ନାୟକ, ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ, ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ ଛାତ୍ରୀ ଛାତ୍ରମାନଙ୍କ ଦ୍ୱାରା ସଂଗୀତ, ନୃତ୍ୟ ଆଦି ପରିବେଶଣ କରାଯାଇଥିଲା । ପରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ପୁରସ୍କାର ପ୍ରଦାନ କରିଥିଲେ ।

Leave A Reply

Your email address will not be published.