ଆଜି ବିଶ୍ୱ ହେପାଟାଇଟିସ୍‌ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ମୋଟ ଜନସଂଖ୍ୟାର ୩ରୁ ୫% ହେପାଟାଇଟିସ୍‌-ବି ରୋଗରେ ଆକ୍ରାନ୍ତ । ସେହିଭଳି ୨% ହେପାଟାଇଟିସ୍‌-ସିରେ ପୀଡ଼ିତ । ଦେଶ ତୁଳନାରେ ଓଡ଼ିଶାରେ ଏହି ସଂଖ୍ୟା ବହୁ କମ୍‌ । କିନ୍ତୁ ରାଜ୍ୟର ଦୁର୍ଗମ ତଥା ଗ୍ରାମାଞ୍ଚଳରେ ଏହାର ସର୍ବେକ୍ଷଣ ହୋଇନି । ତେଣୁ ଏହାର ପ୍ରକୃତ ମାତ୍ରା ଜଣାପଡ଼ିନି । ଦୂଷିତ ଖାଦ୍ୟ ପଦାର୍ଥ ଓ ପିଇବା ପାଣି ଯୋଗୁଁ ହେପାଟାଇଟିସ୍‌-ବି ହୋଇଥାଏ । ରକ୍ତଜନିତ ପଦାର୍ଥ, ଅସୁରକ୍ଷିତ ଯୌନ ସମ୍ପର୍କ ଓ ମା’ଠାରୁ ଶିଶୁକୁ ହେପାଟାଇଟିସ୍‌-ସି ହୋଇଥାଏ । ଚିହ୍ନଟ ସହ ଜନ ସଚେତନତା ଦ୍ୱାରା ଏହି ରୋଗରୁ ଦୂରେଇ ହେବା ବୋଲି ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡା ସୁଶାନ୍ତ କୁମାର ସେଠୀ କହିଛନ୍ତି । ହେପାଟାଇଟିସ୍‌- ଏ ଓ ଇ ଆପେ ଠିକ୍‌ ହୋଇଯାଏ । କିନ୍ତୁ କିଛି କ୍ଷେତ୍ରରେ ଯକୃତ କ୍ଷତିଗ୍ରସ୍ତ ହୁଏ । ହେପାଟାଇଟିସ୍‌- ବି ଓ ସି ଶରୀରରେ ରହି ସିରୋସିସ୍‌, ଯକୃତ କ୍ୟାନସର ଓ ଯକୃତକୁ ନଷ୍ଟ କରିଦିଏ । ଏହା ଦ୍ୱାରା ଯକୃତଜନିତ ମୃତ୍ୟୁ ହୋଇଥାଏ । ହେପାଟାଇଟିସ୍‌ର ଚିକିତ୍ସା ଓ ସେବା ଲୋକଙ୍କ ପାଖରେ ପହଞ୍ଚାଇବା ଏ ବର୍ଷର ବାର୍ତ୍ତା ରହିଛି । ରୋଗର ତ୍ୱରିତ ଚିହ୍ନଟ କରି ୨୦୩୦ ସୁଦ୍ଧା ହେପାଟାଇଟିସ୍‌ ମୁକ୍ତ ବିଶ୍ୱ ଗଠନ କରିବାକୁ ଡା. ସେଠୀ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.