centurian jitm

ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ଵ ଚିନ୍ତନ ଦିବସ ପାଳିତ

nschool

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ଵ ଚିନ୍ତନ ଦିବସ ପାଳିତ ହୋଇଯାଇଛି । ସଭାରେ ପ୍ରଥମେ ସ୍କାଉଟ୍‌ ଓ ଗାଇଡ୍‌ସ୍‌ର ପ୍ରତିଷ୍ଠାତା ଲର୍ଡ ବେଦେନ୍ ପାୱେଲ ଓ ଲେଡୀ ବାଦେନ୍ ପାୱେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଥମେ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ତଥା ଜିଲ୍ଲା ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ ଆଜି ଦିବସର ଉଦ୍ଦେଶ୍ୟ ପ୍ରକାଶ କରି ବାଦେନ ପୋୱେଲ୍‌ଙ୍କ ବିଶ୍ଵ ପ୍ରତି କରିଯାଇ ଥିବା ମହାନ୍ କାମର ବର୍ଣ୍ଣନା କରିଥିଲେ । ସ୍କାଉଟ୍‌ମାନଙ୍କ ମଧ୍ୟରୁ କ୍ରିଶ୍,ସୁଜିତ୍, ସିମୁ ପ୍ରମୁଖ ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ । ଶେଷରେ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.