ନିଯୁକ୍ତି ଦାବୀରେ ବଡ଼ମାଲ୍ ଗୋଳାବାରୁଦ କାରଖାନା ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିସ୍ଥାପିତଙ୍କ ଧାରଣା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ବଡ଼ମାଲ୍ ଗୋଳାବାରୁଦ କାରଖାନା ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆର‌ମ୍ଭ ହୋଇଛି ଧାରଣା । ନିଯୁକ୍ତି ଦାବୀରେ ବିସ୍ଥାପିତଙ୍କ କାରଖାନା ଗେଟ୍ ଆଗରେ ଧାରଣା ଚାଲିଥିବା ବେଳେ ହାଇକୋର୍ଟ ଓ ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦେଶନାମାକୁ କାର୍ୟ୍ୟକାରୀ କରିବା ପାଇଁ ଦାବୀ ହୋଇଛି । ୧୯୫୪ ମସିହାରେ ଗୋଳାବାରୁଦ କାରଖାନା ୧୦୩୦ ଜଣ ବିସ୍ଥାପିତଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦେଶ ଦେଇଥିଲେ ଭାରତ ସରକାର । ଏବେ ବି ୩୦ ଜଣ ନିଯୁକ୍ତି ପାଇବାରୁ ବଞ୍ଚିତ ଅଛନ୍ତି । ଦୀର୍ଘ ୪ ଦଶନ୍ଧି ଧରି ବିସ୍ଥାପିତ ନ୍ୟାୟ ପାଇଁ ଆନ୍ଦୋଳନ କରୁଛନ୍ତି ।

Leave A Reply

Your email address will not be published.