ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିରୁଦ୍ଧରେ ନାଗରିକ କମିଟିର ଧାରଣା

  • ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବୀ ପତ୍ର ପ୍ରଦାନ
  • ରାଜନୈତିକ ଅଭିସନ୍ଧି ଓ ବୈମାତୃକ ମନୋଭାବ ଯୋଗୁଁ ବଲାଙ୍ଗିର ଜିଲ୍ଲା ଅବହେଳିତ : ନାଗରିକ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନାଗରିକ କମିଟିର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାପାଳ ସମ୍ମୁଖରେ ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରତିବାଦ ସ୍ୱରୁପ ଗଣଧାରଣା ଦିଆଯାଇଥିଲା । ଏଥିରେ ବଲାଙ୍ଗିରର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଅଂଶଗ୍ରହଣ କରି ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ପାତରଅନ୍ତର ନୀତି ଯୋଗୁଁ ବଲାଙ୍ଗିରକୁ କ୍ରମାଗତ ଭାବରେ ଅବହେଳା କରାଯାଉଥିବାର ଅଭିଯୋଗ କରିଥିଲେ । କମିଟିର ସଭାପତି ଇଂ ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ସମ୍ପାଦକ ମନୋରଂଜନ ସାହୁ ସଭାକୁ ପରିଚାଳନା କରିଥିଲେ । ବିଭିନ୍ନ ଶିକ୍ଷା ଓ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଖାଲି ପଡିଥିବା ପଦବୀ ଶୀଘ୍ର ପୁରଣ କରିବା ସହ ତାଙ୍କର ଜମି ଯୋଗାଇ ଦିଆଯିବାକୁ ଦାବୀ ହୋଇଥିଲା । ଜିଲ୍ଲାର ସର୍ବପୁରାତନ ରାଜେନ୍ଦ୍ର କଲେଜ ବିଶ୍ୱ ବିଦ୍ୟାଳୟ ପରିଣତ ହେବା ପରେ ମଧ୍ୟ କେବଳ ୨୦ ଜଣ ଶିକ୍ଷକ, ସେହିପରି ମହିଳା ମହାବିଦ୍ୟାଳୟରେ ୧୫ଜଣ ଶିକ୍ଷକ, ବିଇଡି କଲେଜରେ ୧୨, ବଲାଙ୍ଗିର ସରକାରୀ ମହାବିଦ୍ୟାଳୟରେ ମାତ୍ର ୩ ଜଣ ଶିକ୍ଷକ ଥିବା ବେଳେ ଏହି ଶିକ୍ଷାନୁଷ୍ଠାନ ଗୁଡିକୁ ସରକାର କେବଳ ସାଇନବୋର୍ଡରେ ସିମିତ ରଖିଛନ୍ତି ବୋଲି ପ୍ରତିିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ୮୭ଟି, ସରକାରୀ ଆୟୁର୍ବେଦିକ ଓ ହସ୍‌ପିଟାଲ ୪୩ ଟି, ଆୟୁର୍ବେଦ ଫାର୍ମାସିରେ ୪୮ଟି, ଆଇଟିଆଇ ରେ ୪୩ଟି ପଦ ଖାଲିପଡିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ସମୁଦାୟ ୪୬୫ଟି ପଦ ଖାଲି ପଡିଥିବା ବେଳେ ଏଠାକାର ସ୍ୱାସ୍ଥ୍ୟବସ୍ଥା କେଉଁ ଦିଗକୁ ବୋଲି କମିଟି ପ୍ରଶ୍ନ କରିଥିଲା । ତା’ଛଡା ବଲାଙ୍ଗିରରେ ଏକ କୃଷି ବିଶ୍ୱ ବିଦ୍ୟାଳୟ ସହ ପଲିଟେକ୍‌ନିକକୁ ଉନ୍ନତିକରଣ କରି ଟେକ୍ସଟାଇଲ ଇଞ୍ଜିନିୟରିଂ ଖୋଲିବା ଦାବୀକୁ ନେଇ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରାଯାଇଛି । ଉକ୍ତ ଧାରଣାରେ କମିଟିର ପୂର୍ବତନ ସଭାପତି ପ୍ରଫେସର ମଧୁସୁଦନ ପତି, ଡା. ଲକ୍ଷ୍ମୀକାନ୍ତ ମହାପାତ୍ର, ବିକ୍ରମ ବହିଦାର, ନିଳମଣି ମିଶ୍ର, ରାହସ ବିହାରୀ ମାଝି, କୋସଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ବଲାଙ୍ଗିର ଏକ୍ସନ କମିଟିର ଯୁବ ସଭାପତି ବିନୋଦ କାଲସାଏ, ସ୍ୱେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥି, ବରିଷ୍ଠ ନାଗରିକ ମଂଚର ପ୍ରଭାକର ମିଶ୍ର ଓ ମନୋରଂଜନ ମିଶ୍ର, କୋସଲ ମୁକ୍ତି ମୋର୍ଚ୍ଚାର ସଭାପତି ବିକାଶ ସା, ଶ୍ରମିକ ନେତା ରବି ମିଶ୍ର, ଓବିସି ମଂଚର ପରଦେଶୀ ବିଶ୍ୱାଲ ଓ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ବଜରଂଗ ଦଳର ସୋ÷÷ମ୍ୟରଂଜନ ମିଶ୍ର, ପଶ୍ଚିମ ଓଡିଶା ଯୁବାମଂଚର ଥବିର କର୍ମୀ, ବିରେନ୍ଦ୍ର ପାଣ୍ଡେ, ନାରୀ ନେତ୍ରୀ ଶଙ୍ଖା ସାହୁ, ସ୍ମାଇଲ ଫର୍‌ ଅଲ୍‌ର ସଂଜିବ ସାହୁ, ବିଙ୍ଗ୍‌ ହ୍ୟୁମେନ ଫାଉଣ୍ଡେସନର ରଂଜିତ ପ୍ରଧାନ, କନ୍ଦର୍ପ ରଣା, ବିପିନ କୋସଲିଆ, ନାଗରିକ କମିଟିର ଗୋପଭୂଷଣ ନାଥ, ମାଲିଆ ଗଡୁଆ, ପୀତବାସ ପଣ୍ଡା, ଚକ୍ରପାଣି ଦାଶ, ଅଶୋକ ମିଶ୍ର, ଧର୍ମବ୍ରତ ରଥ, ଶାନ୍ତନୁ ମିଶ୍ର, ସଲିମ ଖାନ, ଦୁର୍ଗା ପ୍ରଶନ୍ନ ଛୁରିଆ ଅଂଶଗ୍ରହଣ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ନିତ୍ୟାନନ୍ଦ ମିଶ୍ର ।

Leave A Reply

Your email address will not be published.