lika

୭ ଦଫା ଦାବୀ ନେଇ ବିଜେପିର ଶାନ୍ତିପୂର୍ଣ୍ଣ ଧାରଣା

gbag

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରାସ୍ଥିତ ମିଶ୍ରିଲାଲ ମାଇନ୍ସ କମ୍ପାନୀ ସମ୍ମୁଖରେ ୭ ଦଫା ଦାବୀ ନେଇ କାମାକ୍ଷାନଗର ବିଜେପି ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ଶତାଧିକ ବିଜେପି କର୍ମୀ । କାନପୁରାସ୍ଥିତ ମିଶ୍ରିଲାଲ କମ୍ପାନୀର ମନମୁଖୀ କାର୍ଯ୍ର ବିରୋଧରେ କାମାକ୍ଷାନଗର ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଗେଟ ସମ୍ମୁଖରେ ପହଂଚି ନାରାବାଜି ଦେବା ସହ ୭ଦଫା ଦାବୀ ପୂରଣ ପାଇଁ ଧାରଣାରେ ବସିଥିଲେ । ବିଜେପି ପକ୍ଷରୁ କମ୍ପାନୀରେ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି, ପରିବେଶ ପ୍ରଦୂଷଣ ରୋକ, କର୍ମଚାରୀଙ୍କ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ଲାଗୁ ସହ କମ୍ପାନୀ ମୁଖ୍ୟ ରାସ୍ତା ସମସ୍ୟା ଦୂର ଭଳି ୭ ଦଫା ଦାବୀରେ ଧାରଣାରେ ବସିଥିଲେ । ଦୀର୍ଘ ସମୟ ଧାରଣାରେ ବସିବା ପରେ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ପୁଲିସ ଉପସ୍ଥିତିରେ ଅତିରିକ୍ତ ତହସିଲଦାର ଝସକେତନ ନାୟକ ଆନ୍ଦୋଳନକାରୀଙ୍କ ଦାବୀଗୁଡିକ ସମ୍ପର୍କରେ ଆଲୋଚନା ମାଧ୍ୟମରେ ଯଥାସମ୍ଭବ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ବିଜେପି ପକ୍ଷରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏଥିରେ ପ୍ରେମାନନ୍ଦ ଜେନା, ସନ୍ଦୀପ କୁମାର ପଟ୍ଟନାୟକ, ରଂଜିତ କୁମାର ସାହୁ, ସଞ୍ଜୟ କୁମାର ରାଉତ, ସାରଙ୍ଗଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.