oom

ଓଡ଼ିଶା ସାମ୍ବାଦିକ ୟୁନିଅନର କଳାବ୍ୟାଚ ଧାରଣ

jsmm
  • ସାମ୍ବାଦିକ ସୁରକ୍ଷା, ସାମାଜିକ ନିରାପତ୍ତା ଓ ପେନ୍‌ସନ୍‌ ପାଇଁ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ଆହ୍ଵାନ କ୍ରମେ ଆଜି ସାରା ଓଡ଼ିଶାରେ ସାମ୍ବାଦିକମାନଙ୍କ ସୁରକ୍ଷା, ସାମାଜିକ ନିରାପତ୍ତା ଓ ପେନ୍‌ସନ୍‌ ଦାବିରେ କଳାବ୍ୟାଚ୍ ଧାରଣ ସହ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ମ.ରାମପୁର ୟୁନିଟ ତରଫରୁ ପ୍ରଶାନ୍ତ ସାମନ୍ତରାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ କରାଯାଇଛି । ସାମ୍ବାଦିକମାନେ କଳା ବ୍ୟାଚ ଧାରଣ ପୂର୍ବକ ବ୍ଲକ କାର୍ଯ୍ୟାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରାଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଉଦ୍ଧବ ପଣ୍ଡା, ଶୁଭେନ ପଟ୍ଟନାୟକ, ହେମନ୍ତ ସାହୁ, ନିରଞ୍ଜନ ମହାରଣା, ମର୍ଦ୍ଧରାଜ ସ୍ୱାଇଁ, ପୟଧର ସାହୁ, ଜଗତ ରାମ ସାହୁ, ରାମେଶ୍ୱର ପ୍ରସାଦ ସାହୁ, ପ୍ରଶାନ୍ତ ସାହୁ, ପଦ୍ମନାଭ ନାଏକ ପ୍ରମୁଖ ଉପସ୍ଥିତ ରହି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.