oum

ଜିଲ୍ଳା ସମବାୟ ସମିତି ସମୂହର ଅଫିସ୍‌ର ଉପ ସହକାରୀ ନିବନ୍ଧକ ଆଶିଷ କୁମାର ରାଉତ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ଜିଲ୍ଳା ସହକାରୀ ନିବନ୍ଧକ ସମବାୟ ସମିତି ସମୂହର ଅଫିସର୍ ଉପ ସହକାରୀ ନିବନ୍ଧକ ଆଶିଷ କୁମାର ରାଉତ ୧୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ବିଲ୍ ପାସ କରିବାକୁ ନେଉଥିଲେ ଲାଞ୍ଚ । ଲଛିପୁର କୃଷି ସେବା ସମବାୟ ସମିତିର ସମ୍ପାଦକ ମଞ୍ଜୟ ଧାରୁଆଙ୍କ ଠାରୁ ସେବା ସମବାୟ ସମିତିର ବିଲ୍ ପାସ କରିବାକୁ ନେଉଥିଲେ ଲାଞ୍ଚ । ବିଭିନ୍ନ ସମୟରେ ସମବାୟ ସମିତିର ବିଲ୍ ପାସ ପାଇଁ ସମ୍ପାଦକ ମଞ୍ଜୟଙ୍କ ଠାରୁ ଲାଞ୍ଚ ମାଗି ଆସୁଥିଲେ । ଏଥିପାଇଁ ମଞ୍ଜୟ ସୋନପୁର ଭିଜିଲାନ୍ସର ଦ୍ୱାରାସ୍ଥ ହୋଇଥିଲେ । ଆଜି ସୋନପୁର ଭିଜିଲାନ୍ସର ଏକ ଟିମ୍ ସହକାରୀ ନିବନ୍ଧକ ସମବାୟ ସମୂହ ଅଫିସରେ ଚଢ଼ାଉ କରିଥିଲେ । ଲାଞ୍ଚ ଟଙ୍କା ତାଙ୍କ ଟେବୁଲ ଡ୍ର ରେ ରଖିଥିଲା ବେଳେ ଭିଜିଲାନ୍ସ ଟିମ୍ ଉପ ସହକାରୀ ନିବନ୍ଧକ ଆଶିଷ କୁମାର ରାଉତଙ୍କ ଠାରୁ ଲାଞ୍ଚ ଟଙ୍କା ଉଦ୍ଧାର କରିଥିଲେ । ଏବେ ସୋନପୁର ଭିଜିଲାନ୍ସ ଟିମ୍ ସୋନପୁର ଭିଜିଲାନ୍ସ ଅଫିସ୍‌ରେ ଉପ ସହକାରୀ ନିବନ୍ଧକ ରାଉତଙ୍କୁ ଜେରା ଚାଲିଛି ।

Leave A Reply

Your email address will not be published.