centurian jitm

ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିର ଶୁଭାରମ୍ଭ, ପ୍ରଥମ ଦିନରେ ଖୋଲିଲା ୧୪ଟି ଧାନ ମଣ୍ଡି

nschool

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହୋଇଛି ଧାନ ମଣ୍ଡି । ଆଜି ସକାଳେ ଜିଲ୍ଲା ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏହି ଧାନ ମଣ୍ଡିକୁ ମାଲକାନଗିରି ବିଧାୟକ ଆଦିତ୍ୟ ପାଢ଼ି ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ବିଶାଲ ସିଂ ଯୋଗଦେଇ ଜିଲ୍ଲାରେ ଖୋଲାଯାଇଥିବା ସମସ୍ଥ ଧାନ ମଣ୍ଡିରେ ଯେପରି ଶାନ୍ତି ଶୃଙ୍ଖଳାର ସହିତ ଚାଷୀମାନେ ଧାନ ବିକ୍ରିକରି ନିଜର ପ୍ରାପ୍ୟ ପାଇ ପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଗୁରୁଚରଣ ନାଇକ, ଏସିଏସ୍‌ଓ ପ୍ରଦୀପ କୁମାର ଦାସ, ଯୋଗାଣ ନୀରିକ୍ଷକ ପ୍ରଭଞ୍ଜନ ମହାନ୍ତି, କ୍ୱାଲିଟ୍ ଆନାଲିସିସ୍ ଦୀପ୍ତିରଞ୍ଜନ ମଲ୍ଲିକ୍, ମିଲରସ୍ ସଂଘ ସଭାପତି ସୁରେଶ ଚନ୍ଦ୍ର ସୋମାନୀ, ଅନ୍ୟ ମିଲର୍ସ, ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ । ମାଲକାନଗିରି, ଭେଜାଙ୍ଗିୱାଡା, ଗୋବିନ୍ଦ ପଲ୍ଲୀ, ଉଣ୍ଡୃକୋଣ୍ଡା, ପେଟ୍ରୋଲ, ଏମଭି-୧୧, ପଟେରୁ, ଏମପିଭି-୮୧, ସିମିଳିବାଞ୍ଛା, କାମୱାଡା, ମାଥିଲି, ପରକନମାଳା, ପିଟାଘାଟା ଏବଂ ରାମାଗୁଡ ୧୪ଟି ମଣ୍ଡିର ଶୁଭାରମ୍ଭ କରାଯାଇଛି । ଚଳିତ ଖରିଫ ବର୍ଷ-୨୦୨୨/୨୩ ରେ ମାଲକାନଗିରି ଜିଲ୍ଲାରେ ୧୧ ଲକ୍ଷ ୨୮୩୫ କ୍ୱିଣ୍ଟାଲ ଧାନ କ୍ରୟ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜିଲ୍ଲାରେ ୩୭ ହଜାର ଚାଷୀ ଧାନ ବିକ୍ରୟ ଲାଗି ନାମ ପଞ୍ଜୀକରଣ କରିଛନ୍ତି । ଚଳିତ ଖରିଫ ବର୍ଷ ଲାଗି ଜିଲ୍ଲା ସାତ ଟି ଯାକ ବ୍ଲକରେ ୬୬ ଗୋଟି ଧାନ ମଣ୍ଡି ଖୋଲାଯାଇଛି । ଧାନ ମଣ୍ଡି ପରିଚାଳନା ପାଇଁ ୮ଟି ଲ୍ୟାମ୍ପ ଏବଂ ୪ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ୱ ପ୍ରଦାନ କାରାଯାଇଛି । କ୍ୱିଣ୍ଟାଲ ପ୍ରତି ସାଧାରଣ ଧାନର ମୂଲ୍ୟ ୨୦୪୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ଗୋଟିଏ ଦିନରେ ଜଣେ ଚାଷୀ ୪୦ କ୍ୱିଣ୍ଟାଲ ଧାନ ମଣ୍ଡିରେ ବିକ୍ରୟ କରିପାରିବେ । ମଣ୍ଡିରେ ଧାନ ବିକ୍ରୟ ଲାଗି ଚାଷୀ ନିଜର ପରଚୟ ପତ୍ର ଭାବେ ଭୋଟ ପରିଚୟପତ୍ର, କିଷାନ କ୍ରେଡିଟ୍ କାର୍ଡ ଏବଂ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ କିମ୍ବା ଆଧାର କାର୍ଡ଼ର ନକଲ ଆଣି ପାରିବେ । ଚାଷୀ ଧାନ ବିକ୍ରୟ ପାଇଁ ୭ ଦିନ ପୂର୍ବରୁ ଲ୍ୟାମ୍ପସରୁ ଆଗୁଆ ଟୋକେନ୍ ସଂଗ୍ରହ କରିପାରିବେ । ପଞ୍ଜିକୃତ ହୋଇଥିବା ମୋବାଇଲକୁ ମଧ୍ୟ ସୂଚନା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ମଣ୍ଡିରୁ ଧାନ ପରିବହନ ଲାଗି ୨୮ ଗୋଟି ମିଲରସ୍‌ଙ୍କୁ ନିୟୋଜନ କରାଯାଇଛି ।

Leave A Reply

Your email address will not be published.