jayashree

ହରଭଙ୍ଗା ଅତିରିକ୍ତ ତହସିଲଦାରଙ୍କୁ ପଥର ମଫିଆଙ୍କ ଧମକ ଅଭିଯୋଗ : ପୁରୁଣାକଟକ ଥାନାରେ ଆଟ୍ରୋସିଟି ମାମଲା ରୁଜୁ

  • ନିନ୍ଦା ପ୍ରସ୍ତାବ କରି କାର୍ୟ୍ୟାନୁଷ୍ଠାନ ଦାବୀ କଲା ହରଭଙ୍ଗା ଓକିଲ ସଂଘ
    ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲର ଅତିରିକ୍ତ ତହସିଲଦାରଙ୍କ ଘରକୁ ନିଶାଶକ୍ତ ଅବସ୍ଥାରେ ଆସି ଦୁର୍ବ୍ୟବହାର କରିବା ସହ ତାଙ୍କୁ ଜାତିଆଣ ଆକ୍ଷେପ କରି ଧମକ ଚମକ ଦେଇଥିବା ପୁରୁଣା କଟକ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ମାନେ ହେଲେ ନିକଟରେ ପଥର କ୍ୱାରୀ ଟେଣ୍ଡର ପାଇଥିବା ପଡୋଶୀ ସୋନପୁର ଜିଲ୍ଲାର ଜଣେ ଠିକାଦାର ଶ୍ରୀନିବାସ ମିଶ୍ର ଓ ଅନ୍ୟଜଣେ ଛତ୍ରଙ୍ଗ ପଞ୍ଚାୟତର ଭାଲିଆଗୋରା ଠାରେ କରିଥିବା ଆସ ଇଟା ଫେକ୍ଟ୍ରିର ମାଲିକ ପ୍ରଶାନ୍ତ ମହାକୁଡ଼ ବୋଲି ଜଣାପଡିଛି । ଏହା ଜଣା ପଡିବା ପରେ କର୍ମଚାରୀ ମହଲ ସମେତ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଅଭାବନୀୟ ଘଟଣାକୁ ହରଭଙ୍ଗା ଓକିଲ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କୋଠର କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରାଯାଇଛି । ଅଭିଯୋଗ ମତେ ହରଭଙ୍ଗା ଆଡିସନାଲ ତହସିଲଦାର ହରିଓମ ଭୋଇ ଏକାକୀ ରହୁଥିବା ଚାରିଛକ ସ୍ଥିତ ଭଡାଘରେ ବିଶ୍ରାମ ନେଉଥିବା ବେଳେ ଶ୍ରୀନିବାସ ମିଶ୍ର ଏବଂ ପ୍ରଶାନ୍ତ ମହାକୁଡ଼ ହଠାତ ଘରକୁ ପହଞ୍ଚି ତୁ କାହିଁକି ଆମର ଫୋନ କାଟି ଦେଉଚୁ ଓ ସୌରତ ସୋରସ ମୋ ନାମରେ କରୁନାହୁଁ କହିବା ସହ ଜାତିଆଣ ଆକ୍ଷେପ କରି ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଏତେଲାରେ ଉଲ୍ଲେଖ ରହିଛି । ଯେଉଁଠି ଜଣେ କାର୍ୟ୍ୟରତ ଆଡିସନାଲ ତହସିଲଦାର ତଥା ଏକ୍ସଜୁକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ପଥର ମାଫିଆ ଓ ତାଙ୍କର ସହଯୋଗୀମାନେ ଖୋଲା ଖୋଲି ଧମକ ଦେଉଛନ୍ତି ସେଠାରେ ସାଧାରଣ ଜନତା କେତେଦୂର ସୁରକ୍ଷିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ହରଭଙ୍ଗା ଅତିରିକ୍ତ ତହସିଲଦାରଙ୍କ ଏତେଲାକୁ ଭିତ୍ତିକରି ଏ ନେଇ ପୁରୁଣାକଟକ ଥାନାରେ ଏକ ଏସିଏସଟି ଆଟ୍ରୋସିଟି ମାମଲା ରୁଜୁ ହୋଇଛି । ଏହି ସମ୍ପର୍କରେ ପୁରୁଣା କଟକ ଥାନା ଅଧିକାରୀ ଜ୍ୟୋସ୍ନା କାଉଁରୀଙ୍କୁ ପଚରା ଯିବାରୁ ଆଡିସନାଲ ତହସିଲଦାରଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ କେଶ ନଂ ୟୁଏସ ୨୯୪/୪୪୮/ ୫୦୬/୩୪ ଆଇପିସି ଆର ଡ଼ବ୍ଲୁ ଏସ ଟିଏସସି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇଛି । ଅଭିଯୁକ୍ତମାନେ ଫେରାର ଅଛନ୍ତି ତାଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।
Leave A Reply

Your email address will not be published.