ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମାଞ୍ଚଳ ହେଉଛି ଶକ୍ତି ଆରାଧନାର ଏକ ପ୍ରମୁଖ ସ୍ଥଳ । ଏ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶହ ଶହ ବର୍ଷ ପୂର୍ବରୁ ଶକ୍ତି ପୀଠ ଗୁଡ଼ିକରେ ଶକ୍ତି ପୂଜା ପାଉଛନ୍ତି । ସେହିଭଳି ଏକ ପୀଠ ହେଉଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ରେଙ୍ଗାଲି ପଞ୍ଚାୟତ କୁମିଆଁପାଲି ଗ୍ରାମର ଶକ୍ତି ପୀଠ । ଓଡ଼ିଶାରେ ବିଭିନ୍ନ ଶକ୍ତି ପୀଠ ରହିଛି, ମାତ୍ର ବଲାଙ୍ଗିର ଜିଲ୍ଲା ଲୋଇସିଂହା କୁମିଆଁପାଲି ଗାଁର ଶକ୍ତିପୀଠର ସ୍ୱତନ୍ତ୍ରତା ଅଲଗା । ଏକ୍ଷେତ୍ର ହେଉଛି ଧବଳେଶ୍ଵର ବାବା, ଶକ୍ତି ମା’ ଭୈରବୀଙ୍କ ଅପୂର୍ବ ମିଳନ ପୀଠ । ସ୍ୱୟଂ ଲିଙ୍ଗ ଆର୍ବିଭାବ ହୋଇଛି । ଗୋଟିଏ ପଟେ ବେଲପତ୍ର ଲାଗିବା ବେଳେ ଅନ୍ୟ ପଟେ ମନ୍ଦାର ଫୁଲ ଲାଗିରହି ପୂଜା ପାଉଛନ୍ତି ଶିବ । ମହାଦେବ ଧବଳେଶ୍ଵର ବାବାଙ୍କ ସମେତ ପାର୍ଶ୍ଵ ଦେବାଦେବୀ ଭାବରେ ଗଣେଶ, କାର୍ତ୍ତିକ, ଚଣ୍ଡୀ, ଭୈରବୀ, କାଳ ଭୈରବୀ, ଛତରବାଉତୀ, ଦକ୍ଷିଣ କାଳୀ, ହନୁମାନ, ଦ୍ଵାରପାଳ ଜୟ ବିଜୟ ଆଦି ଦେବାଦେବୀ ପୂଜା ପାଉଛନ୍ତି ବୋଲି ମନ୍ଦିର କମିଟିର ଆବାହକ କାହ୍ନୁ ଚରଣ ମିଶ୍ର, ଉପସଭାପତି ଗନ୍ଧର୍ବ ବରିହା ପ୍ରକାଶ କରିଛନ୍ତି ।
କିମ୍ବଦନ୍ତୀ ଅନୁସାରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ରେଙ୍ଗାଲି ପଞ୍ଚାୟତ କୁମିଆଁପାଲି ଗ୍ରାମରୁ ପ୍ରାୟ ଅଧ କି.ମି. ଦୂରରେ ସୁକତେଲ ନଦୀ କୂଳରେ ଅବସ୍ଥିତ ଧବଳେଶ୍ୱର ପୀଠ । କେଉଁ ଆବହମାନ କାଳରୁ ଏହି ଶକ୍ତି ପୀଠର ଉତ୍ପତ୍ତି ହେଇଛି । ସଠିକ ତଥ୍ୟ ନଥିଲେ ବି ବହୁ ବର୍ଷ ପୂର୍ବରୁ ଗ୍ରାମର ସୁକତେଲ ନଦୀ କୂଳର ଉତ୍ତର ପାର୍ଶ୍ୱରେ ଗୋଟିଏ ସ୍ଥାନରେ ଅହରହ ଜଳ ପ୍ରବାହିତ ହେଉଥିବା ଶିବଲିଙ୍ଗ ଆବିର୍ଭାବ ହୋଇଥିବା ଦେଖିବାକୁ ମିଳିଥିଲା ଓ ସେଠାରୁ ଆର୍ବିଭାବ ହୋଇଥିଲେ ଶିବଲିଙ୍ଗ । ପରେ ଆବିର୍ଭୂତ ଧବଳେଶ୍ଵର ବାବା ଗ୍ରାମର ସ୍ଵର୍ଗତ ଗୈାନ୍ତିଆ ତ୍ରିଲୋଚନ ଥନାପତିଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ଧବଳେଶ୍ଵର ବାବା ପାଇକ ସଂପ୍ରଦାୟର ସ୍ୱର୍ଗତ ଗୈାନ୍ତିଆ ତ୍ରିଲୋଚନ ଥନାପତିଙ୍କୁ ସ୍ୱପ୍ନାଦେଶରେ ପୂଜାର୍ଚ୍ଚନା କରିବାକୁ କହିଥିବା ବେଳେ ଗୈାନ୍ତିଆ ଝାଟିମାଟି ଘର କରିବା ସହ ବାବାଙ୍କ ପୂଜାର୍ଚ୍ଚନା କରିବା ପାଇଁ ପୂଜକ ଭାବେ ସ୍ୱର୍ଗତ ମନବୋଧ ଥନାପତି ନିଯୁକ୍ତ କରିଥିଲେ । ବାବାଙ୍କ ପୂଜାର୍ଚ୍ଚନା କରିବା ଫଳରେ ସିଦ୍ଧିତ୍ତ୍ୱ ଲାଭ କରିବା ସହ ସୈ।ଭାଗ୍ୟ ବର୍ଦ୍ଧିତ ହୋଇ ଶିବକୃପା ଲାଭ କରିଥିଲେ । ସେଦିନ ଠାରୁ ତାଙ୍କର ବଂଶୀୟ ଉତ୍ତରାଧିକାରୀ ଭାବେ ରିଜନ ଥନାପତି ଓ ଯୁଧିଷ୍ଠିର ଥନାପତି ପୂଜାର୍ଚ୍ଚନା କରିଆସୁଛନ୍ତି ।
ପବିତ୍ର ପୀଠର ମହିମା – ଏକ ଝାଟିମାଟି କୁଡ଼ିଆରେ ପୂଜା ପାଉଥିଲେ ଧବଳେଶ୍ଵର ବାବା ଓ ମାଁ ଭୈରବୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବା ଦେବୀ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଥିଲେ । ଧବଳେଶ୍ଵର ବାବାଙ୍କ ମନ୍ଦିର ନିର୍ମାଣ ପାଇଁ ଆଖପାଖ ୨୦ ଖଣ୍ଡ ଗାଁର ଲୋକେ ନିଜେ ନିଜେ ଚାନ୍ଦା ଆଦାୟ କରି ମନ୍ଦିର ନିର୍ମାଣ ପାଇଁ ମନସ୍ଥ କରିଥିଲେ । ମନ୍ଦିର ପରିଚାଳନା କମିଟିର ଆବାହକ ତଥା ସଭାପତି ଅବସର ଶିକ୍ଷକ କାହ୍ନୁ ଚରଣ ମିଶ୍ର ଓ ଉପସଭାପତି ଗନ୍ଧର୍ବ ବରିହାଙ୍କ ସହ ପରିଚାଳନା କମିଟି ସମସ୍ତ କର୍ମକର୍ତାଙ୍କ ସହ କୋଡିଏ ଖଣ୍ଡ ଗ୍ରାମର ଅଧିବାସୀଙ୍ଙ୍କ ସହଯୋଗରେ ମନ୍ଦିର ନିର୍ମାଣ କରିଥିବା ପ୍ରକାଶ କରିଛନ୍ତି, ଶହଶହ ଭକ୍ତ ଆସି ଏ ପୀଠକୁ ଦର୍ଶନ, ଆଶୀର୍ବାଦ ଓ ମନସ୍କାମନା ପୂରଣ ପାଇଁ ମାନସିକ କରିଥାନ୍ତି । ବର୍ତ୍ତମାନ ଆରାଧ୍ୟ ଶକ୍ତି ପୀଠର ପୂଜକ ରିଜନ ଥନାପତି ଓ ଯୁଧିଷ୍ଠିର ଥନାପତି ଭକ୍ତ ମାନଙ୍କ ମାନସିକ ପୂର୍ଣ୍ଣ ହେଲେ ପୁଣି ଆସନ୍ତି ପ୍ରତି ସୋମବାର, ଦଶହରା, କାର୍ତ୍ତିକ, ମାଘ, ଫାଲଗୁଣ, ନମଯଜ୍ଞ, ଏକାଦଶୀ, ସଂକ୍ରାନ୍ତି, ଶିବରାତ୍ରି, ଶ୍ରାବଣରେ ପ୍ରବଳ ବୋଲବମ ଭକ୍ତଙ୍କ ସମାଗମରେ ପୂରି ଉଠେ ଧବଳେଶ୍ୱରଙ୍କ ପୀଠ, ଦୀପ ଜଳନ, ଜଳାଭିଷେକ, ରୁଦ୍ରାଭିଷେକ, ନଡ଼ିଆ ବଷା, ଗୁଆ ଚଢ଼ା, ଅଧିଆ(ପାଳ ପଡିବା), ପୁଅଝିଅଙ୍କ ମାଙ୍ଗଳିକ କର୍ମ ଲାଗି ସଂକଳ୍ପ କରନ୍ତି ଭକ୍ତ ପିପାସୁ । ପାଟଣାଗଡ଼ର କର୍ମକାଣ୍ଡ ଜ୍ୟୋତିଷ ପଣ୍ଡିତ ଅଇଠୁଁ ଆଚାର୍ୟ୍ୟ ଶକ୍ତି ପୀଠର ସଫଳ କାମନା ଭକ୍ତ ମାନେ ପାଇଥାନ୍ତି ବୋଲି ପ୍ରକାଶ କରିଛନ୍ତି । ଦୁଃଖୀ ରଙ୍କି ଭକ୍ତ, ଶ୍ରଦ୍ଧାଳୁ ମାନେ ସଙ୍କଟ ମୋଚନ ପାଇଁ ଦଶହରା, ଶିବରାତ୍ରି ଧବଳେଶ୍ୱର ବାବଙ୍କ ଠାରେ ଗୁହାରି କରିଥାନ୍ତି, ଏ ଶକ୍ତି ପୀଠ ଏତେ ପ୍ରତିଜ୍ଞାଶୀଳ ଯେ ପୁତ୍ର ସନ୍ତାନ ଓ଼ ଅନ୍ୟାନ୍ୟ ମନୋସ୍କାମନା ପୂର୍ଣ୍ଣ ଲାଗି ମନ୍ଦିର ବେଢାରେ ଗୁହାରି ପଡୁଥିବା ଭକ୍ତ ମାନଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଜୀବନର ପରମ ଲକ୍ଷ୍ୟ ଓ ଚରମ ଉଦ୍ଦେଶ୍ୟରେ ଉଲ୍ଲେଖ ଇଶ୍ୱରଙ୍କ ଭକ୍ତି କରିବା ମାର୍ଗ ଓ଼ ପାନୀୟ ସବୁ ମଣିଷ ପାଇଁ ସମାନ ଆବଶ୍ୟକ ହେଲେ ଖାଦ୍ୟ ଭିନ୍ନ ହୋଇପାରେ କିନ୍ତୁ କ୍ଷୁଧା ସମସ୍ତଙ୍କ ପାଇଁ ସମାନ । ନିଦ୍ରା ଓ ଭୟ ସବୁ ମଣିଷ ପାଇଁ ଉଣା ଅଧକେ ସମାନ, ଶୋଇବାର ସ୍ଥାନ ଭିନ୍ନ ହୋଇପାରେ, ଗରିବ ଧନି ବ୍ୟକ୍ତିଙ୍କ ପାଇଁ ନିଦ୍ରା ସମାନ, ଜନ୍ମ ଓ଼ ମୃତ୍ୟୁ ଯେମିତି ସବୁ ମଣିଷ ପାଇଁ ସମାନ ଠିକ ସେମିତି ଇଶ୍ୱର ଭକ୍ତି ସବୁ ମଣିଷ ପାଇଁ ସମାନ, ଇଶ୍ୱର ଦତ୍ତ ପ୍ରକୃତି ଏହି ଶକ୍ତି ପୀଠର ଯୋଥୋଚିତ ବିକାଶର ଆବଶ୍ୟକ ରହିଛି ବୋଲି ପରିଚାଳନା କମିଟିର ଆବାହକ କାଁହ୍ନୁ ଚରଣ ମିଶ୍ର କହିଛନ୍ତି ।