oom

ବିଧାୟକଙ୍କ ଦାବି ସତ ନା ବିଭାଗୀୟ ତଥ୍ୟ ସତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲେ ଧାନର ମୂଲ୍ୟ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବ ବୋଲି ବିଜେପି ଦଳ ତାର ନିର୍ବାଚନୀ ଏଜେଣ୍ଡାରେ ଘୋଷଣା କରାଯାଇଥିଲା । ନିର୍ବାଚନରେ ବିଜୟୀ ହେଲା ପରେ ଏବଂ ଭାରତୀୟ ଜନତା ପାର୍ଟି ସରକାର ଶପଥ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ଧାନର ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୩୧୦୦ ଦିଆଯିବ ବୋଲି କ୍ୟାବିନେଟ୍‌ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ଧାନ ସଂଗ୍ରହ ଆରମ୍ଭ ହେଲାଣି ଏବଂ ବିରୋଧୀ ବିଜୁ ଜନତା ଦଳ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଛି ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ଚାଷୀର ପ୍ରାପ୍ୟକୁ ନେଇକି । ବିଜେପି ମଧ୍ୟ ବିଜେଡିକୁ କାଉଣ୍ଟର କରୁଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ରେ ଘୋଷଣା କରିଥିବା ଧାନ କ୍ଵିଣ୍ଟାଲ ପ୍ରତି ଅତିରିକ୍ତ ୧୦୦ ଟଙ୍କା ବୋନସ୍ ଦେବାପାଇଁ, ଗତ କିଛିଦିନ ପୂର୍ବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କୁ ଯେତେବେଳେ ଏ ବିଷୟରେ ପଚରା ଯାଇଥିଲା ତେବେ ସେ ଆମ ପଦ୍ମପୁର ଅଞ୍ଚଳର ଚାଷୀମାନେ ୧୦୦ ଟଙ୍କା ବୋନସ୍ ପାଇଥିବାର ଦାବି କରିଥିଲେ ଏବଂ ସାମ୍ବାଦିକମାନଙ୍କୁ ଆହ୍ୱାନ କରିଥିଲେ ପଦ୍ମପୁର ଅଞ୍ଚଳର ଚାଷୀମାନଙ୍କୁ ପଚାରିବା ପାଇଁ କିନ୍ତୁ ଗତ ୨୮/୧୦/୨୦୨୪ ରେ ରାଜ୍ୟ ବିଜେପିର ସୋସିଆଲ ମିଡିଆ ସହ ସଂଯୋଜକ ଚିନ୍ମୟ କୁମାର ପଣ୍ଡା ଏକ ଆର୍‌ଟିଆଇ ମାଗିଥିଲେ ଯେ ଗତ ୨୦୧୫ରୁ ୨୦୨୩ – ୨୪ ବର୍ଷ ଯାଏଁ ପ୍ରତିବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେତେ ଥିଲା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ବାହାରେ ଅତିରିକ୍ତ ବୋନସ୍ ଆକାରରେ କେତେ ଟଙ୍କା ଦିଆଯାଇଛି ଏବଂ କେତେ ଜଣ ଚାଷୀ ବୋନସ୍ ପାଇଛନ୍ତି ଏକ ତଥ୍ୟ ମାଗିଥିଲେ, ସେ ବିଷୟରେ ତାଙ୍କ ପାଖକୁ ଓଡ଼ିଶା ଷ୍ଟେଟ୍‌ ସିଭିଲ୍‌ ସପ୍ଲାଏ କର୍ପୋରେସନ୍‌ ଲିମିଟେଡ଼୍‌ ପକ୍ଷରୁ ତଥ୍ୟ ଆସିଛି, ଯେଉଁଥିରେ ୨୦୧୫ – ୧୬ରୁ ୨୦୨୩ – ୨୪ ବର୍ଷ ଯାଏଁ ପ୍ରତିବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେତେ ଥିଲା ତାହା ବର୍ଣ୍ଣନା କରିଛି ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ବାହାରେ ଅତିରିକ୍ତ ବୋନସ୍ ଆକାରରେ ଟଙ୍କାଟିଏ ମଧ୍ୟ କୌଣସି ବର୍ଷ ଦିଆ ଯାଇନଥିବା ଦର୍ଶାଯାଇଛି, ତାହେଲେ ଏଠି ପ୍ରଶ୍ନ ଉଠୁଛି ଯେ ବିଧାୟିକା ବର୍ଷା ସିଂ ବରିହା ଦାବି କରିଥିବା କଥା ସତ ନା ବିଭାଗୀୟ ତଥ୍ୟ ସତ । ଯଦି ବିଧାୟକଙ୍କ କଥା ସତ ତାହେଲେ ବିଭାଗ କେମିତି ମିଥ୍ୟା ତଥ୍ୟ ଦେଲା ଏବଂ ଯଦି ବିଭାଗୀୟ ତଥ୍ୟ ସତ ତାହେଲେ ବିଧାୟିକା ମିଛ କହି ନିଜ ଅଞ୍ଚଳର ଚାଷୀମାନଙ୍କୁ ଉପହାସ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.