ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଁଆନଙ୍କ ପରଲୋକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକର ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଁଆନଙ୍କ ଗତକାଲି ଅପରାହ୍ନ ୩ଟା ସମୟରେ ନିଜ ଗ୍ରାମ ଢେଙ୍କାନାଳ ଜିଲ୍ଲାର ଖଲପାଳରେ ଘରେ ଥିବାବେଳେ ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି । ସେ ଦୀର୍ଘ ୪ ବର୍ଷ ଧରି ହରଭଙ୍ଗା ବିଇଓ ଭାବେ କାର୍ୟ୍ୟ କରିବା ପରେ ଗତ ୨୦୨୦ ମସିହା ଫେବୃଆରୀ ମାସରେ ଅଵସର ଗ୍ରହଣ କରିଥିଲେ । ସେ ତାଙ୍କ ଶିକ୍ଷକତା ବୃତି ନିଜ ଗ୍ରାମ ନିକଟରେ ଥିବା ତଳମୂଳ ହାଇସ୍କୁଲରେ ଆରମ୍ଭ କରିଥିଲେ । ସେ କିଛି ବର୍ଷ ବାଲେଶ୍ଵର ଜିଲ୍ଲାରେ ମଧ୍ୟ କାର୍ୟ୍ୟ କରିଛନ୍ତି । ସେ ଜଣେ ସୁବକ୍ତା ଓ ବାଗ୍ମୀ ଥିଲେ । ତାଙ୍କର ବ୍ୟବହାର ଓ ଅନ୍ୟକୁ ସାହାଯ୍ୟ ମନୋଭାବ ଯୋଗୁଁ ସମଗ୍ର ବୌଦ୍ଧ ଜିଲାରେ ପରିଚିତ ଥଲେ । ତାଙ୍କର ବିୟୋଗରେ ସାରା ଜିଲ୍ଲାରେ ଶୋକର ଲହରୀ ଖେଳି ଯାଇଛି ।

Leave A Reply

Your email address will not be published.