ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ କଚେରୀ ଛକର ଓଁକାର ଔଷଧାଳୟର ପ୍ରୋପାଇଟର୍ ତଥା ସିଭିଲ୍କୋର୍ଟ ପଛପଟେ ରହୁଥିବା ଡା. ପୂର୍ଣ୍ଣଚନ୍ଦ୍ର ଦଳବେହେରାଙ୍କ ଦେହାନ୍ତ ହୋଇଯାଇଛି । ମାତ୍ର ୫୨ ବର୍ଷ ବୟସରେ ହୃଦ୍ଘାତରେ ଗତକାଲି ଅପରାହ୍ନରେ ୨ଟା ୨୦ମି.ରେ ତାଙ୍କ ପରଲୋକ ହୋଇଥିବା ବେଳେ ତାଙ୍କ ବିୟୋଗରେ ସାରା ସହରରେ ଶୋକର ଛାୟା ଖେଳିଯାଇଛି । ଗତକାଲି ମଧ୍ୟାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର । ବଲାଙ୍ଗିର ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଇଛି । ସ୍ୱର୍ଗତ ଡା. ଦଳବେହେରା ଜଣେ ପରୋପକାରୀ, ମେଳାପୀ ତଥା ମିଷ୍ଠଭାଷୀ ମଣିଷ ଭାବେ ସହରରେ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ ଆୟୁର୍ବେଦ ଚିକିତ୍ସା ଜଗତରେ ବିଶେଷ କ୍ଷତି ଘଟିଛି ବୋଲି ମତପ୍ରକାଶ ପାଇଛି ।
Next Post