ଦନ୍ତା ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଦମଡ଼ିହି ନିକଟସ୍ଥ ନାଳିଆଡ଼ିହିଠାରେ ଏକ ଦନ୍ତା ହାତୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ସୁମିତା ମୁଣ୍ଡା । ସୂଚନା ଅନୁସାରେ, ସୁମିତା ମୁଣ୍ଡା କୋଇଡା ସାପ୍ତାହିକ ହାଟରୁ ଫେରୁଥିବା ବେଳେ ସନ୍ଧ୍ୟା ୬ଟାରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳୁ ବନବିଭାଗ ଓ କୋଇଡା ପୋଲିସର ଏକ ଟିମ୍ ଘଟଣା ସ୍ଥଳକୁ ଯାଇ ଶବ ବ୍ୟବଛେଦ ପାଇଁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ।

Leave A Reply

Your email address will not be published.