oom

ଉତ୍ତରପ୍ରଦେଶର ହାଥରସ୍ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା : ଦଳିତ ଭଉଣୀ ମନୀଷାଙ୍କୁ ନ୍ୟାୟ ନ ମିଳିଲେ ଦେଶବ୍ୟାପୀ ଆନ୍ଦୋଳନ – ଦଳିତ ସମାଜ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି ଦ୍ରୋଣ କୁମ୍ଭାରଙ୍କ ନେତୃତ୍ୱରେ ବଲାଙ୍ଗିରର ଦଳିତ ସମାଜ, ବହୁଜନ ସମାଜ ପାର୍ଟି, ଭୀମ ଆର୍ମି, ଏସଏସଏ.ର ସଦସ୍ୟମାନେ ମିଳିତ ଭାବେ ସ୍ଥାନୀୟ ବାବା ସାହେବ ଆମ୍ବେଦକରଙ୍କ ମୁର୍ତ୍ତୀ ତଳେ ଏକଜୁଟ ହୋଇ ମନୀଷାଙ୍କୁ ନ୍ୟାୟ ମିଳୁ ବୋଲି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ କାଣ୍ଡେଲ ରାଲି କରିôଥଲେ । ଗତ ୧୪ ତାରିଖରେ ଉତ୍ତର ପ୍ରଦେଶର ହଥ୍‌ରସ୍‌ ଠାରେ ଗଣ ଦୁଷ୍କର୍ମ ଓ ନୃସଂଶ ହତ୍ୟା ମାମଲାର ପୀଡିତା ତଥା ଦଳିତ ଝିଅ ମନୀଷା ଭଉଣୀଙ୍କୁ ନ୍ୟାୟ ନ ମିଳିଲେ ଦେଶ ବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଛି ଦଳିତ ସମାଜ । ଉତ୍ତରପ୍ରଦେଶର ଯୋଗୀ ସରକାର ବାରମ୍ବାର ଦଳିତ ମହିଳାଙ୍କ ଉପରେ ହେଉଥିବା ଅମାନବୀୟ ଅତ୍ୟାଚାରକୁ ଲୁଚାଇ ଆସିବାର ନଜିର ରହିଛି । ଦଳିତ ଝିଅ ମନୀଷାଙ୍କୁ କିଛି ଉଚ୍ଚ ବର୍ଗୀୟ ଯୁବକ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ରାଜ୍ୟ ସରକାର ତଥା ପ୍ରଶାସନ ଘଣ୍ଟ ଘୋଡାଇବାର ଜୋରସୋରରେ ପ୍ରୟାସ କରୁଥିବା ସ୍ପଷ୍ଟ ଜଣାପଡୁଛି । କିନ୍ତୁ ଦଳିତ ସମାଜ ମନୀଷାଙ୍କୁ ନ୍ୟାୟ ନ ମିଳିବା ଯାଏଁ ଲଢେଇ ଜାରି ରôଖବ ବୋଲି ସମାଜ ତରଫରୁ କୁହାଯାଇଛି ।
ସୂଚନା ଯୋଗ୍ୟ ଯେ, ଗତ ୧୪ ତାରିଖରେ ଉତ୍ତରପ୍ରଦେଶର ହାଥରସ ଠାରେ ମନୀଷାଙ୍କୁ ଚାରୋଟି ଯୁବକ ଦ୍ୱାରା ଗଣଦୁଷ୍କର୍ମ କରାଯାଇଥିଲ। । ଦୁର୍ଷ୍କମ ପରେ ଘଟଣା ଚପାଇ ଦେବା ପାଇଁ ପୀଡିତାଙ୍କ ଜିଭ କାଟି ଦେବା ସହ ତାଙ୍କ ମେରୁଦଣ୍ଡ ଭାଙ୍ଗି ଦିଆ ଯାଇଥିଲ। । ଜିଲ୍ଲା ପ୍ରସାଶନ ପୀଡିତାଙ୍କ ଗୁରୁତର ଅବସ୍ଥା ସତ୍ୱେ ସ୍ଥାନୀୟ ଚିକିତ୍ସାଲୟରେ ଚିକିତ୍ସା କରାଇଥିଲା । ତାଙ୍କୁ ତୁରନ୍ତ ବଡ ଡାକ୍ତରଖାନାରେ ଚିକିତ୍ସ କରାଇଥିଲେ ବୋଧହୁଏ ସେ ବଞ୍ଚି ଯାଇଥାନ୍ତେ । ତେବେ ଗତ ୨୯ ତାରିଖରେ ସେ ମୃତ୍ୟୁବରଣ କରିଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କର ମୃତ ଦେହକୁ ବି ନ୍ୟାୟ ମିଳିଲା ନାହିଁ । ପୋଲିସ ପ୍ରଶାସନ ମୃତ ଦେହ ପରିବାରବର୍ଗଙ୍କୁ ନଦେଇ ରାତି ଅଧରେ ପେଟ୍ରୋଲ ଢାଳି ଯାଳି ଦେଇଥିଲେ । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ପ୍ରମାଣ ଲୁଚାଇବା ପାଇଁ ଏଭଳି କରିôଥବା ସ୍ପଷ୍ଟ ଜଣାପଡୁଛି । ପରେ ପରେ ବିଭିନ୍ନ ରାଷ୍ଟ୍ର ସ୍‌ସ୍ତରୀୟ ନେତା ତଥା ଗଣମାଧ୍ୟମକୁ ମଧ୍ୟ ପୀଡିତ ପରିବାର ବର୍ଗଙ୍କୁ ଦେଖା କରିବାକୁ ଦିଆ ଯାଉନାହିଁ । କିନ୍ତୁ ଯୋଗୀ ସରକାର ଜାଣିବା କଥା ଯେ, ଏଭଳି ଭାବେ ଦଳିତ ନିସ୍ପେଷିତଙ୍କ ସ୍ୱରକୁ ଚାପି ଦିଆଯାଇ ପାରିବ ନାହିଁ । ଦଳିତ ସମାଜ ନିଜ ଝିଅ ଓ ଭଉଣୀର ସମ୍ମାନ ଓ ନ୍ୟାୟ ପାଇଁ ଲଢେଇ ଜାରି ରଖିବ । ଆବଶ୍ୟକ ହେଲେ ସାରା ଦେଶରେ ଆନ୍ଦୋଳନ କରାଯିବ ବୋଲି ସମାଜ ତରଫରୁ ଚେତାବନୀ ଦିଆଯାଇଛି । ଆଜିର ଏହି କାର୍ୟ୍ୟକ୍ରମରେ ଗୋବିନ୍ଦ ବିଭାର, ହିମାଂଶୁ ବିଭାର, ସଂଜିବ ମୁନା, ସଂଜିବ ଦୀପ, ପାଣ୍ଡବ ବିଭାର, ନେପାଲ ବାଗ, ଘନଶ୍ୟାମ କୁମ୍ଭାର, ରଂଜିତ ବାରିକ, ଜିତେନ୍ଦ୍ର ସୁନା, ରଘୁନାଥ ମୁଗ୍ରୀ, ସୁନିଲ ମୁଗ୍ରୀ, କାର୍ତ୍ତିକ, ଆକାଶ, ଅର୍ଶ, ସୁରଜ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.