jsm

ତୃତୀୟ ସେମିଷ୍ଟାରର ପରୀକ୍ଷାକୁ ବ୍ଲେଣ୍ଡଡେଡ୍‌ ମୋଡ୍‌ରେ କରିବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏବିଭିପି ପକ୍ଷରୁ ଦାବୀପତ୍ର ପ୍ରଦାନ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବରଗଡ଼ ଜିଲ୍ଲା ତରଫରୁ କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀମାନଙ୍କର ପରିକ୍ଷା ସମସ୍ୟାକୁ ନେଇ ଏକ ପ୍ରତିନିଧି ମଣ୍ଡଳ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ମହାବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ସେମିଷ୍ଟାରର ପରିକ୍ଷାକୁ ଉଭୟ ଅନଲାଇନ୍ ଓ ଅଫଲାଇନ୍ (ବ୍ଲେଣ୍ଡଡେଡ୍‌ ମୋଡ୍‌)ରେ କରିବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛ‌ନ୍ତି । ତେବେ ଏହାକୁ ଗ୍ରହଣ କରିବା ସହ କୁଳପତି ପ୍ରତିଶ୍ରୁତି ଦେଇଛନ୍ତି ଯେ ଅତି ଶୀଘ୍ର ଏହି ବିଷୟକୁ କୁଳାଧିପତି ଓ ଉଚ୍ଚଶିକ୍ଷା ବିଭାଗ ସହ ଆଲୋଚନା କରି ବିହୀତ ପଦକ୍ଷେପ ଗ୍ରହଣ କରିବେ । ଏଥିରେ ଜିଲ୍ଲା ସଂଯୋଜକ ମାଣିକେ‌ଶ୍ୱର ବାଗ, ରାଜ୍ୟ ସହ ସମ୍ପାଦିକା ଜାଜ୍ଞସେନୀ ମହାପାତ୍ର, ଆଲୋକ କୁମାର ଦାସ, ନୂତନ ପଧାନ, ଶ୍ୟାମ ସୁନ୍ଦର ଜାଲ, ନୈନିସ କୁମାର ପଧାନ, ମନୋରଞ୍ଜନ ସାହୁ, ଅଚ୍ୟୁତ ମାଝି, ଅନୁପମା ସେଠ୍ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.