ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଉପରବାହାଲ ଗ୍ରାମ ପଂଚାୟତ ଫଟାମୁଣ୍ଡା ଗ୍ରାମବାସୀ ଇନ୍ପୁଟ୍ ସବସିଡି ପାଇନଥିବାରୁ ତହସିଲଦାର ସୁଶ୍ରୀ ସରୋଜା ବେହେରାଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ଜୁଲାଇ ମାସରେ କମ୍ ବର୍ଷା ହେବାରୁ ଚାଷକାମ ପ୍ରଭାବିତ ହୋଇଥିଲା । ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବେର୍ଣା ଓ ମାଳ ଜମି ମରୁଡି ଘୋଷଣା ହୋଇ ସରକାରୀ ପ୍ରୋତ୍ସାହନ ରାଶି ଉପଯୁକ୍ତ ଚାଷୀଙ୍କୁ ଚିହ୍ନଟ କରାଯାଇ କ୍ଷତିପୂରଣ ଦେବା ପାଇଁ ଘୋଷଣା କରାଯାଇଥିଲା । ଏଣୁ ଗ୍ରାମ୍ୟ କୃଷି କର୍ମୀ, ତହସିଲ କର୍ମଚାରୀ ଉଚିତ ଫସଲ ନଷ୍ଟ ହୋଇଥିବା ଜମିମାନଙ୍କୁ ଯାଇ ଅନୁଧ୍ୟାନ କରି ବିବରଣୀ ଦେବାକଥା । କିିନ୍ତୁ ର୍ବମାନ ଉଭୟଙ୍କ କାଗଜ ପତ୍ରରେ ତାଳମେଳ ହେଉନଥିବାରୁ କେତେକ ଚାଷୀ ଏହି ଇନ୍ପୁଟ୍ ସବସିଡି ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଉକ୍ତ ବର୍ଷର ସରକାରୀ ତଦନ୍ତ ରିପୋର୍ଟ ମୁତାବକ ଫଟାମୁଣ୍ଡା ଗ୍ରାମକୁ ୧୮ ହେକ୍ଟର ଜମି କ୍ଷତି ହୋଇଥିବା ସୂଚନା ରେ କୁହାଯାଇଛି । କିନ୍ତୁ ତହସିଲ ରିପୋର୍ଟରେ ୭୭ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରୁ ପ୍ରକାଶ । ତେଣୁ ଉକ୍ତ ଗ୍ରାମର ଚାଷୀମାନେ ଦାବୀ କରିଛନ୍ତି ପୁନଃ ଚାଷ ଜମିର ତଦନ୍ତ ପୂର୍ବକ କ୍ଷତିପୂରଣ ପ୍ରଦାନ ସଂଗେ ଉକ୍ତ ସମୟର ଭିଏଲଡବ୍ଲୁ, ଆରଆଇ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅପର ପକ୍ଷରେ ପୁନଃ ସମସ୍ତ ଚାଷୀ ନିଜ ନିଜ ଉପଯୁକ୍ତ କାଗଜାତ ଦେଲେ ଗତ ପ୍ରସ୍ତୁତ ତାଲିକା ସହ ତାଳମେଳ କରି ଯଦି ସମ୍ଭବ ହୁଏ ତେବେ ଜିଲ୍ଲାପାଳଙ୍କଠାରୁ ଆର୍ଥିକ ସହୟତା ରାଶି ଆଣିବା ପାଇଁ ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି ।
Prev Post