lika

ତୋରାଠାରେ ପୋଲିସ ଫାଣ୍ଡି ଖୋଲିବାକୁ ଦାବୀ

gbag

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସର୍ବବୃହତ ପଞ୍ଚାୟତରେ ବିଗୁଡୁ ଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ରୋକିବା ପାଇଁ ତୋରାଠାରେ ଏକ ପୋଲିସ ଆଉଟ୍ ପୋଷ୍ଟ (ଫାଣ୍ଡି) ଖୋଲିବାକୁ ଗତକାଲି ତୋରାର ନାରୀ ଶକ୍ତି ଏକତା ମଞ୍ଚ ପକ୍ଷରୁ ନବ ନିଯୁକ୍ତ ଜିଲ୍ଲା ଏସପିଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବରଗଡ଼ ଜିଲ୍ଲାର ସର୍ବବୃହତ ପଞ୍ଚାୟତ ତୋରାରେ ୨୪ ଓ୍ବାର୍ଡ ରହିଛି । ଲୋକସଂଖ୍ୟା ୧୫ ହଜାରରୁ ଅଧିକ ରହିଛି । ଏହାର ପରିସୀମା ବହୁତ ବଡ଼ ହୋଇଥିବା ବେଳେ ଏଠାରେ ସବୁ ବର୍ଗର ଲୋକମାନେ ବସବାସ କରନ୍ତି । ତେବେ ଅନେକ ସମୟରେ ଏ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ବୃଦ୍ଧି ପାଉଥିବା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି । ଏଠାକାର ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ଏଠାରେ ଶୀଘ୍ର ଏକ ପୋଲିସ ଆଉଟ୍ ପୋଷ୍ଟ ଖୋଲିବାକୁ ମଞ୍ଚ ପକ୍ଷରୁ ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏହି ଦାବୀ ପୂର୍ବରୁ ଏକ ଦାବୀପତ୍ର ଏକତା ମଞ୍ଚ ପକ୍ଷରୁ ପୂର୍ବତନ ଏସ୍‌ପିଙ୍କୁ ପ୍ରଦାନ କରିଥିଲେ । ମଞ୍ଚର ସଭାନେତ୍ରୀ ଟିକେଶ୍ୱରୀ ଛତର, ସମ୍ପାଦିକା ପଦ୍ମାଳୟା ଦୀପ ଓ କୋଷାଧ୍ୟକ୍ଷା ବବିତା କୁମାରଙ୍କ ନେତୃତ୍ବରେ ମଞ୍ଚର ସଭ୍ୟା ମାନେ ନବ ନିଯୁକ୍ତ ଏସ୍‌ପିଙ୍କୁ ପ୍ରଥମେ ଫୁଲ ତୋଡା ଦେଇ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରିଥିଲେ ।

babaa
Leave A Reply

Your email address will not be published.