ମଣ୍ଡି ଖୋଲିବା ଦାବିରେ ତହସିଲଦାରକୁ ଦାବୀପତ୍ର ପ୍ରଦାନ

ସଇଁତଳା, (ଖୁସିରାଣୀ ସାହୁ) : ସଇଁତଳା ଅଞ୍ଚଳରେ ଚଳିତ ବର୍ଷ ଚାଷୀ ଖରିଫ ଧାନ ଅମଳ କରି ସାରିଥିବା ବେଳେ ମଣ୍ଡି ଖୋଲିନି । ଅନ୍ୟ ବର୍ଷ ଏହି ସମୟରେ ମଣ୍ଡି ଖୋଲା ଆରମ୍ଭ ହୋଇଥାଏ । ତେବେ ଚାଷୀ ବିଲରୁ ଧାନ ଅମଳ କରି ସାରିବା ପରେ ଧାନକୁ ନେଇ ଏବେ ଚିନ୍ତାରେ । କିଏ ବିଲରେ ବନ୍ୟଜନ୍ତୁ ଭୟରେ ରାତିରେ ଧାନ ଯୋଗୁଛି ତ’ ଆଉ କିଏ ଧାନ ଅମଳ କରିବା ପରେ ରାସ୍ତାକଡ଼ରେ ରଖୁଛି । ଏବେ ପୁରା ଗାଁ ଗାଁରେ ଧାନ କିଣିବା ପାଇଁ ଦଲାଲ ସକ୍ରିୟ ହେଇଥିବା ବେଳେ ବାଧ୍ୟ ହୋଇ ଅଳ୍ପ ଟଙ୍କାରେ ଧାନକୁ ଦଲାଲ ହାତକୁ ଟେକି ଦେଉଛି ଚାଷୀ । ତେବେ ଏଭଳି ପରିସ୍ଥିତିରେ ଏଯାଏ ସଇଁତଳା ବ୍ଲକରେ ଧାନମଣ୍ଡି ଖୋଲା ଯାଇ ନ ଥିବା ବେଳେ ଆଜି ଶୀଘ୍ର ଧାନମଣ୍ଡି ଖୋଲିବା ପାଇଁ ତହସିଲଦାରକୁ ଦାବୀପତ୍ର ଦେଇଛନ୍ତି ସଇଁତଳା ଚାଷୀ ।

Leave A Reply

Your email address will not be published.