oom

ସଇଁତଲାରେ ସାମ୍ବାଦିକ ସଂଘକୁ ଜାଗା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାଠାରେ ଗତ ସୋମବାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ସଇଁତଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆଙ୍କୁ ଜାଗା ଯୋଗାଇ ଦେବା ପାଇଁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଏହି ସଇଁତଲା ବ୍ଲକର କାର୍ଯ୍ୟରତ ସାମ୍ବାଦିକମାନେ ଦୀର୍ଘ ବର୍ଷ ହେଲା ବିଭିନ୍ନ ପତ୍ରପତ୍ରିକାରେ ପ୍ରତିନିଧି ଭାବେ ରହି କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କ ବସିବା ପାଇଁ କୌଣସି ଜାଗା ଖଣ୍ଡିଏ ନାହିଁ । ଏପରିକି ବ୍ଲକରେ ପ୍ରାୟ ୧୫ରୁ ଅଧିକ କାର୍ଯ୍ୟରତ ସାମ୍ବାଦିକମାନେ ରହିଛନ୍ତି । ସାମ୍ବାଦିକମାନେ ଖରା, ବର୍ଷା, ଶୀତରେ ଅଞ୍ଚଳର ଜନସାଧାରଣମାନଙ୍କ ଖବର ପ୍ରସାରଣ କରି ଆସୁଥିବା ବେଳେ କୌଣସି ସ୍ଥାନରେ ବସାଉଠା କରିବା ପାଇଁ ଜାଗା ନ ଥିବାରୁ ସାମ୍ବାଦିକମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ କରି ସଇଁତଲା ବ୍ଲକ ସାମ୍ବାଦିକ ଭବନ ନିର୍ମାଣ ପାଇଁ ତା’ ପୂର୍ବରୁ ଜାଗା ଯୋଗାଇ ଦେବା ପାଇଁ ପ୍ରଶାସନଠାରେ ସଇଁତଲା ବ୍ଲକ ସାମ୍ବାଦିକ ସଂଘ ତରଫରୁ ଦାବୀ କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ ସମୟରେ ସାମ୍ବାଦିକ ତଥା ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ରାଖାଲ ଶତପଥି, ନାରାୟଣ ସାହୁ, ବିଶାଳ ଅଗ୍ରୱାଲ, ଅବିନାଶ ନନ୍ଦ, ପ୍ରଦୀପ ବାଗ, ରଞ୍ଜନ ବାଗ, ତରୁଣ ବେହେରା, ଆଲୋକ ସାହୁ, ଗୋକୁଳ ବଗର୍ତି, ଭଗବାନ ରାଜପଲିଆ, ସୁଶାନ୍ତ ମେହେର, ରମାକାନ୍ତ ରାଜପଲିଆ ଓ ରୁଦ୍ରଧର ଦଣ୍ଡସେନା ପ୍ରମୁଖ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.