oom

ନୂଆଗାଁ ପଂଚାୟତକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ହସ୍ତାନ୍ତର ପାଇଁ ଦାବୀ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବାସୀ ପଞ୍ଚାୟତକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ହସ୍ତାନ୍ତର କରାଯିବା ପାଇଁ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ମୁତାବକ ମଣ୍ଡଳ ପଞ୍ଚାୟତରୁ ବିଭାଜନ ହୋଇ ନୂଆଗାଁ ପଞ୍ଚାୟତ କାର୍ଯ୍ୟକାରୀ ହେବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ନୂଆଗାଁ ପଂଚାୟତକୁ ସାଧାରଣ ବଣ୍ଟନ (ପିଡ଼ିଏସ୍‌) ବ୍ୟବସ୍ଥା ପାଇଁ ଅନୁମତି ମିଳିନାହିଁ । ମୂଳ ପଞ୍ଚାୟତ ମଣ୍ଡଳ ଉପରେ ଆଜି ପର୍ଯ୍ୟନ୍ତ ନିର୍ଭର କରିବାକୁ ପଡୁଛି । ମଣ୍ଡଳ ପଞ୍ଚାୟତ ଯିବାକୁ ହେଲେ ୫ କିମିରୁ ଅଧିକ ଦୂର ଯିବାକୁ ପଡୁଥିବାରୁ ହିତାଧିକାରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ନୂଆଗାଁ ପଞ୍ଚାୟତରେ ଗୋଦାମ ଗୃହ ନିର୍ମାଣ ହୋଇସାରିଛି । ବହୁଦିନରୁ ଆବଶ୍ୟକୀୟ କାଗଜ ପତ୍ର ସହ ସିକ୍ୟୁରିଟି ଡିପୋଜିଟ ମଧ୍ୟ କରାଯାଇଛି । ତେବେ କେଉଁ ଅସୁବିଧା କାରଣରୁ ପିଡ଼ିଏସ୍‌ ବଣ୍ଟନ ଦାିତ୍ୱ ଦିଆଯାଉ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସରପଞ୍ଚ ସୁଶାନ୍ତ ମାଝୀ, ସମିତି ସଭ୍ୟ ବବ୍ରୁ ବାହାନ ପୂଝାରୀ, କିଶୋର ହଂସ, ରାଧାମୋହନ ସାହୁ, ପ୍ରେମ ସାହୁ, ସିଦ୍ଧେଶ୍ୱର ସାହୁ ପ୍ରମୁଖ ପଞ୍ଚାୟତରୁ ଶୁକ୍ରବାର କଲମପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ବ୍ଲକ ଯୋଗାଣ ଅଧିକାରୀ ଦେବଧର ଧାରୁଆଙ୍କୁ ତୁରନ୍ତ ପିଡ଼ିଏସ୍‌ ବଣ୍ଟନ ଦାୟିତ୍ୱ ନୂଆଗାଁ ପଂଚାୟତକୁ ପ୍ରଦାନ କରିବାପାଇଁ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଯୋଗାଣ ଅଧିକାରୀ ଶ୍ରୀ ଧାରୁଆ ଏହି କାର୍ଯ୍ୟ ଆଗକୁ ବଢିଛି, ଉପଜିଲ୍ଲାପାଳଙ୍କଠାରୁ ମଧ୍ୟ ସୁପାରିଶ ହୋଇ ସାରିଲାଣି । ମାସକ ମଧ୍ୟରେ ନିଶ୍ଚୟ ହେବ ବୋଲି ପ୍ରକାଶ କରିଥିଲେ । ଯଦି ମାସକ ଭିତରେ ନହୁଏ ତେବେ ଆଗକୁ ଆନ୍ଦୋଳନ କରିବେ ବୋଲି ଅଭିଯୋଗକାରୀମାନେ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.