centurian jitm

ଜାମୁଟ ଠାରୁ ଗମ୍ଭାରୀଗୁଡ଼ା ରା‌ସ୍ତାର ଅବ‌ସ୍ଥା ଶୋଚନୀୟ : ତୁର‌ନ୍ତ ମରାମତି ଦାବୀ

nschool

ଗୁଡ଼ଭେଲା, (ଅଜିତ କୁମାର ସାହୁ) : ଜାମୁଟ ଠାରୁ ଗମ୍ଭାରୀଗୁଡ଼ା ରା‌ସ୍ତାର ଅବ‌ସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଏହାର ତୁର‌ନ୍ତ ମରାମତି ଦାବୀ କରିଛ‌ନ୍ତି ‌ସ୍ଥାନୀୟ ଜନସାଧାରଣ । ବଲାଙ୍ଗିର ଜି‌ଲ୍ଲାର ସୀମାନ୍ତ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ବିପର୍ୟ୍ୟସ୍ତ ହୋଇପଡ଼ିଛି । ସଂପୃ‌କ୍ତ ଅଂଚଳ ଆଦିବାସୀ ବହୁଳ ଅଂଚଳ ହୋଇଥିବା ବେଳେ ଆଦିବାସୀମାନ‌ଙ୍କ ନିରୀହ ପଣକୁ ନେଇ ସଂପୃ‌କ୍ତ ଅଂଚଳରେ ସରକାରୀ ଯୋଜନାର ସମ‌ସ୍ତ କାର୍ୟ୍ୟ ଏଭଳି ନି‌ମ୍ନମାନର ହେଉଥିବା କୁହାଯାଉଛି । ବୌ‌ଦ୍ଧ, କଳାହାଣ୍ଡି, କନ୍ଧମାଳ ଅଞ୍ଚଳର ଶତାଧିକ ଲୋକ ଏ ରାସ୍ତାରେ ଯା’ ଆସ କରନ୍ତି । ରାସ୍ତାରୁ ପିଚୁ ଉଠିଯାଇ ସ୍ଥାନେ ସ୍ଥାନେ ଦବିଯାଇ ଗେଠି ପଥର ବାହାରି ଯାଇଛି । ଏଥିପାଇଁ ଅନେକ ବାଟୋଇ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ମଧ୍ୟ ଲୋକେ ଅଭିଯୋଗ କରିଛ‌ନ୍ତି ।

ବଲାଙ୍ଗିର ଜିଲ୍ଲାର ନଗଡ଼ା ଗଭାରସା, ଠେଲ୍‌କୋଭେଲା, ରାକ୍‌ସିଭଟାକୁ ଯିବାକୁ ହେଲେ ଲୋକେ ବଡ଼ ଅସୁବିଧା ଭୋଗୁଛନ୍ତି । ତୁରନ୍ତ ଏହାର ମରାମତି ପାଇଁ ଅଞ୍ଚଳର ଜନସାଧାରଣ ଦାବୀ କରିଛ‌ନ୍ତି । ସୂଚନାଯୋଗ୍ୟ ଯେ, ସମସ୍ତ ଦିଗରୁ ଏ ଅଂଚଳ ଅବହେଳିତ ହୋଇ ପଡ଼ି ରହିଥିବା ବେଳେ ଏଠାରେ ଲୋକ‌ଙ୍କ ଯିବା ଆସିବା କରିବା ପାଇଁ ମଧ୍ୟ ଭଲ ରା‌ସ୍ତା ଖ‌ଣ୍ଡିଏ ନାହିିଁ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନୁସାରେ ରା‌ସ୍ତା କାମ ସମା‌ପ୍ତ ହେବାର ୫ ବର୍ଷ ପର୍ୟ୍ୟ‌ନ୍ତ ଏହାର ମରାମତି ଦାୟି‌ତ୍ୱ ଠିକାଦାର ବହନ କରିବାକୁ ନିୟମ ରହିଥିବା ବେଳେ ଏହି ରା‌ସ୍ତାର ଦୁର୍ଗତି ପ୍ରତି ଠିକାଦାର‌ଙ୍କ ସାମାନ୍ୟ ମଧ୍ୟ ନଜର ନାହିିଁ । ତା’ ସା‌ଙ୍ଗକୁ ପ୍ରଶାସନ ମଧ୍ୟ ଦୃଷ୍ଟି ଦେଉ ନଥିବା ଲୋକେ ଅଭିଯୋଗ କରିଛ‌ନ୍ତି ।

Leave A Reply

Your email address will not be published.