ନଦୀ ଭିତରେ ଆପ୍ରୋଜ ରୋଡ଼ ନିର୍ମାଣ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ଅର୍ନ୍ତଗତ ଖର୍ଡ଼ା-ଲିଖିରିଆ ରାସ୍ତାରେ ଥିବା ସୋନଗଡ଼ ନଦୀ ଭିତରେ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇ ନଥିବାରୁ ତୁଷରା ଏନ୍ଏସିକୁ ପ୍ରତିଦିନ ଯିବା ଆସିବା କରୁଥିବା ଲୋକେ ନାହିଁ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ ପ୍ରତିଦିନ ଲିଖିରିଆ, କନକପଦର, ବର୍ଲା ଓ ଦେଓଗାଁ ବ୍ଳକର ବଗଡ଼ା, ପାଣ୍ଢେଲ, କୁକୁରଖାଇ, ଉପରଝର ସହ ପୁଇଁନ୍ତଲା ବ୍ଲକର ଆଟ୍‌ଗାଁ ଅଞ୍ଚଳରୁ ଲୋକେ ତୁଷରା ସହରକୁ ବିଭିନ୍ନ କାମ ପାଇଁ ଆସିଥାନ୍ତି । ହେଲେ ଅସ୍ଥାୟୀ ରାସ୍ତା ନିର୍ମାଣ ହେଲେ ଲିଖିରିଆ ଛକରୁ ତୁଷରାକୁ ୩ କିଲୋମିଟର ହେବ । କିନ୍ତୁ ଏହି ରାସ୍ତା ନିର୍ମାଣ ହୋଇନଥିବାରୁ ରୁଷୁଡ଼ା ଚାଁଟିପଦର ଦେଇ ଅଧିକ ୭ ରୁ ୮ କିଲୋମିଟର ବୁଲିକି ଯିବା ଆସିବା କରୁଛନ୍ତି । ତୁଷରା ଏନ୍ଏସି କି ଗୁଡ଼ଭେଲା ବ୍ଲକ ପ୍ରଶାସନ ଅସ୍ଥାୟୀ ରାସ୍ତା ନିର୍ମାଣ ଦିଗରେ ଦୃଷ୍ଟି ଦେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ନଦୀ ଭିତରେ ଶୀଘ୍ର ଏକ ଅସ୍ଥାୟୀ ରାସ୍ତା ନିର୍ମଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.