- ଅକ୍ଟୋବର ୧୫ ପର୍ଯ୍ୟନ୍ତ ବୁଲିବ ୩୪ଟି ସାଇବର ସୁରକ୍ଷା ରଥ
- ବାଣ୍ଟିଲା ସଚେତନତାର ମନ୍ତ୍ର : ‘ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
କଟକ : ଆଜିଠାରୁ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କରିବା ସହ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଛି । ‘ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଏହି ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାରେ ଅଭିଯାନ ଆରମ୍ଭ ହୋଇଛି । ସାଇବର ରଥକୁ ଆଜି ସମସ୍ତ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟଠାରେ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ଅଭିଯାନରେ ଜିଲ୍ଳାର ଜିଲ୍ଲାପାଳ, ଏସପିଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପଞ୍ଚାୟିତରାଜ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏବଂ ଜିଲ୍ଲା ଏସପି ମାନଙ୍କ ଦ୍ଵାରା ସଚେତନତା ବାର୍ତ୍ତା ସାଇବର ରଥରେ ପ୍ରଦର୍ଶିତ ହେଉଛି । ପରେ ସାଇବର ସୁରକ୍ଷା ରଥ ଜିଲ୍ଲାର ଅନ୍ୟ ସ୍ଥାନ ଅଭିମୁଖେ ଗସ୍ତ କରିଥିଲା ।
ଉଲ୍ଲେଖଯୋଗ୍ୟ ଯେ, ଗତ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଥିଲେ । ୩୪ଟି ସାଇବର ସୁରକ୍ଷା ରଥ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିବ ।
ଉଲ୍ଲେଖଯୋଗ୍ୟ ଯେ, ସାଇବର ସୁରକ୍ଷା ପାଇଁ ସାଇବର ମାସ୍କଟ ସାଇରା ସବୁ ଜିଲ୍ଲା ରେ ବୁଲି ସାଇବର ସୁରକ୍ଷା ବାର୍ତ୍ତା ପ୍ରଦାନ କରୁଛି । ଲୋକ ମାନଙ୍କୁ ସଚେତନ କରିବା ପାଇଁ ଗୋଟିଏ ସାଇବର ଥିମ ଗୀତ ତିଆରି ହୋଇଛି ଯାହା ଲୋକ ମାନକୁ ସୁରକ୍ଷା ବାର୍ତ୍ତା ପ୍ରଦାନ କରୁଛି । ଅନେକ ସଚେତନତା କ୍ଷୁଦ୍ର ଚଳଚ୍ଚିତ୍ର ତିଆରି ହୋଇ ସାଇବର ରଥରେ ପ୍ରଦର୍ଶିତ ହେଉଛି। ଅନେକ ଜିଲ୍ଲାରେ ପଥପ୍ରାନ୍ତ ନାଟକ ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରା ଯାଉଛି ।
ଏହି ସାଇବର ସୁରକ୍ଷା ଅଭିଯାନ ର ମୂଳ ଲକ୍ଷ ଏକ ସାଇବର ସୁରକ୍ଷିତ ସୁସ୍ଥ ସମାଜ ଗଠନ କରିବା ଏବଂ ଲୋକ ମାନଙ୍କୁ ସାଇବର ଠକେଇ ରୁ ବଞ୍ଚାଇବା । ଯଦି କେହି ସାଇବର ଅପରାଧ ଶିକାର ହେଉଛନ୍ତି ତେବେ ଅତି ଶୀଘ୍ର 1930 ରେ ଫୋନ କରନ୍ତୁ ଏବଂ ସାଇବର ଠକେଇ ରୁ ବଞ୍ଚିବା ପାଇଁ ବାର୍ତ୍ତା ପ୍ରେରଣ କରା ଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୮ ତାରିଖ ସକାଳେ ବିଭିନ୍ନ ସହରାଞ୍ଚଳରେ Mini Marathon ଆୟୋଜନ କରାଯିବ । ୧୪ ତାରିଖ ଦିନ ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରିବାକୁ evening walk କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୧୫ ତାରିଖ ରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହିତ ପଦ୍ମ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିଗଣ, ସ୍ବାଧୀନତା ସଂଗ୍ରାମୀ ମାନେ ଉପସ୍ଥିତ ରହିବେ ।