କଟକର ସନ୍‍ ହସ୍ପିଟାଲରେ ନିଆଁ : କାରଣ ଅସ୍ପଷ୍ଟ

କଟକ : କଟକ ତୁଳସୀପୁରର ସନ୍‍ ହସ୍ପିଟାଲରେ ନିଆଁ ଲାଗିଯାଇଛି । ନିଆଁ ଲାଗିଥିବା କାରଣରୁ ହସ୍ପିଟାଲରୁ ପ୍ରବଳ ଧୂଆଁ ନିର୍ଗତ ହେଉଛି । ନିଆଁ ଲିଭାଇବାକୁ ଘଟଣା ସ୍ଥଳରେ ୫ ଅଗ୍ନିଶମ ଗାଡ଼ି ଉଦ୍ୟମ କରୁଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଏହାସହ କ୍ଷୟକ୍ଷତି ସ୍ପଷ୍ଟ ହୋଇନି । କୁହାଯାଉଛି ଯେ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇପାରିନି । ଏହାସହ ଏଥିରେ କେତେ ଜଣ ଆହତ ହୋଇଛନ୍ତି ନା ନାହିଁ ତାହା ଜଣାପଡ଼ିନାହିଁ ।

Leave A Reply

Your email address will not be published.