
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ ବଠର୍ଲା ଗ୍ରାମରେ ଚାଲିଥିବା ମାଁ ଗଙ୍ଗାଦୀ କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ମହାଲିଙ୍ଗ ଓ ଗନ୍ଧର୍ଲା ଦଳ ଫାଇନାଲ ମ୍ୟାଚ୍କୁ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ଫାଇନାଲ ମ୍ୟାଚ୍ରେ ପ୍ରଥମେ ଗନ୍ଧର୍ଲା ଦଳ ୧୩ ଓଭରରେ ସମସ୍ତ ୱିକେଟ ହରାଇ ୧୨୭ ରନ ସଂଗ୍ରହ କରିଥିବା ବେଳେ ଜବାବ୍ରେ ମହାଲିଙ୍ଗ ଦଳ ବ୍ୟାଟିଂ କରି ୧୨ ଓଭର ୪ ବଲରେ ୧୨୮ ରନ ସଂଗ୍ରହ କରି ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଆନ୍ ହୋଇଥିଲା । କୁବେର ଓ ଥବିର ଖେଳ ପରିଚାଳନା କରିଥିଲେ । ମ୍ୟାନ୍ ଅଫ ଦ ମ୍ୟାଚ୍ ଆରଚରଙ୍କୁ ବିବେଚିତ କରାଯାଇ ପୁରସ୍କୃତ କରାଯାଇଥିଲା । ଆୟୋଜିତ ଉଦଯାପନୀ ଉତ୍ସବରେ ଆୟୋଜକ କମିଟୀର ସଭାପତି କୁବେର ମାଝୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ତଥା ଅଲଣ୍ଡା ପଂଚାୟତ ସରପଂଚ ଅର୍ଜୁନ ୟାଦବ, ସିନ୍ଧେକେଲା ମଣ୍ଡଳ ସଭାପତି ମୁନିରାମ ନାଗ, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଅନୀଲ ନାଏକ, ସାଂସଦଙ୍କ ଜଳ ଯୋଗାଣ ପ୍ରତିନିଧି ନରସିଂହ ଥନାପତି, ବିଜେପି ଯୁବ ମୋର୍ଚ୍ଚା ସଭାପତି ନୌରାଜ ରଣା, ଉପସଭାପତି ଦୀପକ ନାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳଳୀମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ମାଁ ଗଙ୍ଗାଦୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟମାନେ ସହ ଯୋଗ କରିଥିଲେ ।