ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହର ମିନି ଷ୍ଟାଡିୟମରେ ରମ୍ଭା ପ୍ରିମିୟର ଲିଗ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଅବସରରେ ଚେନାଇ ଓ ରାଜସ୍ଥାନ ରୟାଲସ ମଧ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ପ୍ରଥମେ ଟସ ଜିତି ଚେନାଇ ଦଳ ଫିଲଡିଂ ନିଷ୍ପତି ନେଇଥିଲେ । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ଖେଳି ସମସ୍ତ ଉଇକେଟ ହରାଇ ୧୦୨ ରନ କରିଥିବା ବେଳେ ଏହାର ଜବାବରେ ଚେନ୍ନାଇ କ୍ରିକେଟ ଟିମ୍ ୭ ଉଇକେଟ ବିନିମୟରେ ୧୪.୪ ଓଭରରେ ୧୦୩ ରନ ସଂଗ୍ରହ କରିଥିଲେ । ମ୍ୟାନ ଅଫ୍ ଦ ସିରିଜ ଦେବାଶିଷ ଦାସ (ଚିକୁ), ମ୍ୟାନ ଅଫ୍ ଦ ମ୍ୟାଚ ମହେଶ ନାୟକ (ହାପି), ବେଷ୍ଟ ବ୍ୟାଟ୍ସ ମ୍ୟାନ ବାପି ବେହେରା ହୋଇଥିବା ବେଳେ ଧାରା ବିବରଣୀ ଦେଇଥିଲେ ଶ୍ରୀକାନ୍ତ ନାହାକ । ରମ୍ଭା ପ୍ରିମିୟର ଲିଗ୍-୩ର ଉଦ୍ଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାପୁଜୀ ସୁବୁଦ୍ଧି, ବିବେକାନନ୍ଦ ପଟ୍ଟନାୟକ ଓ ସିମାଞ୍ଚଳ ବାଡ଼ତ୍ୟା ଯୋଗଦେଇ କୃତି କ୍ରିକେଟରମାନଙ୍କୁ ପୁରସ୍କୃତ କରିଥିଲେ । କାହ୍ନା ସ୍ୱାଇଁ, ପିଣ୍ଟୁ ବାରିକ, ଦଣ୍ଡପାଣି ପାତ୍ର, ରତିକାନ୍ତ ନାୟକ, ପପୁ, କୁଲୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।