କୋଭିଡ କଟକଣା ଉଲଂଘନ କରି ୪ଦିନରେ ୧୨୭ ଜଣ ଦେଲେଣି ୬୩ହଜାର ୫ଶହ ଟଙ୍କା, ତଥାପି ବୁଲୁଛନ୍ତି ଅମାନିଆ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ଥାନା ଅଂଚଳରେ କୋଭିଡ କଟକଣାକୁ ନେଇ ଉଲଂଘନ କରୁଥିବା ଲୋକଙ୍କ ନିକଟରୁ ଜରିମାନ ଆଦାୟ କରାଯାଉଛି । ଗତ ୭ତାରିଖ ଦିନ ୧୦ଜଣଙ୍କ ନିକଟରୁ ୫ହଜାର ଟଙ୍କା, ୮ତାରିଖ ଦିନ ୨୦ଜଣଙ୍କ ନିକଟରୁ ୧୦ହଜାର ଟଙ୍କା, ୯ତାରିଖ ଦିନ ୪୪ଜଣଙ୍କ ନିକଟରୁ ୨୨ହଜାର ଟଙ୍କା ଏବଂ ଆଜି ସୋମବାର ଦିନ ୫୩ଜଣଙ୍କ ନିକଟରୁ ୨୬ହଜାର ୫ଶହ ଟଙ୍କା ଆଦାୟ କରାଯାଇ ଥିବା ଜଣାପଡିଛି । ଏହାସତ୍ତ୍ୱେ ଅଞ୍ଚଳର ଲୋକେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.