ppurohit

କଲେଜ ଛକ ଭବାନୀ କ୍ଲବ ଠାରେ କୋଭିଡ ପରୀକ୍ଷା କ୍ୟାମ୍ପ

2nd

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ କଲେଜ ଛକ ସ୍ଥିତ ଭବାନୀ କ୍ଲବ ଠାରେ କୋଭିଡ ପରୀକ୍ଷା କ୍ୟାମ୍ପ ଆୟୋଜିତ ହୋଇଯାଇଛି । ପ୍ରଶାସନିକ ଅଧିକାରୀ ବିନୋଦ କୁମାର ନାଏକଙ୍କ ନେତୃତ୍ୱରେ ବଲାଙ୍ଗିର ପୌରପରିଷଦ ତରଫରୁ ଆୟୋଜିତ କାର୍ୟ୍ୟକ୍ରମରେ ଶତାଧିକ ସଂଖ୍ୟାରେ ଆଣ୍ଟିଜେନ ସ୍ୱାବ୍ ସଂଗ୍ରହ କରାଯାଇଥିବା ସୂଚନା ରହିଛି । ଏହି କାର୍ୟ୍ୟକ୍ରମରେ ଆର୍ତ୍ତତ୍ରାଣ ସାହୁ, ବୁଧୁ ରାମ ତାଣ୍ଡି, ପ୍ରଶାନ୍ତ ପ୍ରଧାନ, ଦେବରାଜ ମୁଗ୍ରି, ରଙ୍କଜ୍ ସାହୁ, ସୁଦର୍ଶନ ଦୀପ, ବାସୁଦେବ ବିଭାର, ଏଲ୍ ଟି ଦେବାଶିଷ ମିଶ୍ର, ଏଲ ଟି ସୁଚିସ୍‌ସ୍ମିତା ପରିଡ଼ା, ଏଲ ଟି ଲକି ସାହୁ, ପୌର ପରିଷଦର ସ୍ୱଚ୍ଛ ସୁପର୍ ଭାଇଜର ଓ ସ୍ୱଚ୍ଛ ସାଥୀ ପ୍ରମୁଖ ରହିଥିବା ବେଳେ ଜୟ ଭବାନୀ କ୍ଲବର ସଭାପତି ଆଶିଷ ପଟ୍ଟନାୟକ, ଶୁଭେନ୍ଦୁ ପଟ୍ଟନାୟକ, ସୁରେଶ ଭୋଇ, ବୁଲୁ ପର୍ଡିଆ, ଲଲାଟେନ୍ଦୁ ପଟ୍ଟନାୟକ, ପପୁନ କଲେଟ୍, ସୁରେନ୍ଦ୍ର ସାହୁ, ପିଂଟୁ ତ୍ରିପାଠୀ ଓ ସନ୍ତୋଷ ଭୋଳ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.