oom

କରୋନା ସଚେତନତା ସହ ହାଇଜିନ କିଟ୍‌ ବଣ୍ଟନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜିଲ୍ଲା ଜୁନିୟର ରେଡ଼କ୍ରସ ତରଫରୁ ସଇଁନ୍ତଲା ବ୍ଳକ ଭନ୍ଦ୍ରା ପଞ୍ଚାୟତ ଚିତାମରା ଗ୍ରାମରେ କରୋନା ସଚେତନତା ସହ ହାଇଜିନ କିଟ୍‌, ସାବୁନ, ମାସ୍କ ବଣ୍ଟନ କରାଯାଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ଓ ଜିଲ୍ଲା ଜୁନିୟର ରେଡ଼କ୍ରସ ସମ୍ପାଦକ ଜ୍ୟୋତି ପ୍ରସାଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଇଁନ୍ତଲଶ ବ୍ଳକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଯୋଗ ଦେଇଥିବା ବେଳେ ସଇଁନ୍ତଲା ଡାକ୍ତରଖାନାର ଡ଼ା. ରାମ ପ୍ରସାଦ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଦିନକୁ ଦିନ କରୋନାର ‌ଦ୍ୱିତୀୟ ଲହରୀ ସଂକ୍ରମଣ ହାର ବୃଦ୍ଧିକୁ ଲୋକମାନଙ୍କୁ ସତର୍କ ରହି ଭୟଭୀତ ନ ହେବା ପାଇଁ ମତ ପ୍ରକାଶ କରିଥିଲେ । ସାମାଜିକ ଦୂରତା ବଜାୟ ରଖିବା, ସାବୁନ କିମ୍ବା ସାନିଟାଇଜରେ ବାରମ୍ବାର ହାତ ଧୋଇବା, ମାସ୍କ ଠିକ ଭାବରେ ପରିଧାନ କରିବା ସହ କାର୍ୟ୍ୟ ନଥିଲେ ଘରରୁ ବାହାରନ୍ତୁ ନାହିଁ ବୋଲି ସୂଚନା ଦେଇଥିଲେ । ରାଜ୍ୟ ସାଧନା କର୍ମୀ ବିକାଶ ରଞ୍ଜନ ସାହୁ ହାତ ଧୋଇ ୬ ଟି ସୋପାନକୁ ପ୍ରଦର୍ଶନ କରିବା ସହ ୨୦ରୁ ୪୦ସେକେଣ୍ଡ ପର୍ୟ୍ୟନ୍ତ ନିୟମିତ କରିବା ପାଇଁ ଗ୍ରାମବାସୀମାନଙ୍କୁ ବୁଝାଇ ଥିଲେ । ଏହି ଅବସରରରେ ଭାରତୀୟ ରେଡ଼କ୍ରସ୍‌ ଓ ଓଡ଼ିଶା ଶାଖା ତରଫରୁ ଯୋଗାଇ ଦିଆଯାଇଥିବା ହାଇଜିନ କିଟ୍‌, ମାସ୍କ ଏବଂ ସାବୁନକୁ ଜିଲ୍ଲା ଜୁନିୟର ରେଡ଼କ୍ରସ୍‌ କାର୍ୟ୍ୟକର୍ତାମାନେ ଚିତାମରା ଗ୍ରାମାଞ୍ଚଳରେ ଆଥିକ ଅନଗ୍ରସରତାରେ ଜୀବନ ଅତିବାହିତ କରୁଥିବା ଗ୍ରାମବାସୀମାନଙ୍କୁ ବଣ୍ଟନ କରିଥିଲେ । ଏହି କାର୍ୟ୍ୟକ୍ରମରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଗୋକୁଳାନନ୍ଦ ନନ୍ଦ, ସିଆରସିସି ଉଦୟ ଶଙ୍କର ବାଗ, ନିରଞ୍ଜନ ମାଝୀ, ଆଶା କର୍ମୀ ଜାନକୀ ବାଗ, ତପିସା ସାମଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଫିସର ସୁବାଷ ଚନ୍ଦ୍ର ପୁଟେଲ ଓ ବ୍ଳକ ସଙ୍ଗଠନ ହେମନ୍ତ ବେମାଲ ପରିଚାଳନା କରିଥିଲେ । ଡେଙ୍ଗ ହାଇସ୍କୁଲର ଜୁନିୟର ରେଡ଼କ୍ରସ କାଉନସେଲର ରାମ ନାରାୟଣ ଦାଶ କାର୍ୟ୍ୟକ୍ରମର ଉଦ୍ଧେଶ୍ୟରେ ପ୍ରକାଶ କରିଥିବା ବେଳେ ଶେଷରେ ବଳଦେବ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.