oom

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୭୬,୪୭୨ ଚିହ୍ନଟ : ଓଡ଼ିଶାରେ ୩୨୫୨ ଜଣ ଆକ୍ରାନ୍ତ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତଥା କରୋନା ରୋଗରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୭୬,୪୭୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସେହିପରି ରାଜ୍ୟରେ ୩୨୫୨ ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୮୭ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୨୬୫ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୧, ବାଲେଶ୍ୱରରୁ ୭୮, ବରଗଡ଼ରୁ ୧୪୬, ଭଦ୍ରକରୁ ୭୬, ବଲାଙ୍ଗିରରୁ ୬୪, ବୌଦ୍ଧରୁ ୩୮, କଟକରୁ ୩୨୩, ଦେବଗଡ଼ରୁ ୭, ଢେଙ୍କାନାଳରୁ ୯୪, ଗଜପତିରୁ ୨୦, ଗଂଜାମରୁ ୧୬୯, ଜଗତସିଂହପୁରରୁ ୩୬, ଯାଜପୁରରୁ ୮୩, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୨, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୭୭, କେଉଁଝରରୁ ୫୦, ଖୋର୍ଦ୍ଧାରୁ ୭୬୨, କୋରାପୁଟରୁ ୨୫, ମାଲକାନଗିରିରୁ ୨୧, ମୟୁରଭଂଜରୁ ୧୨୩, ନବରଂଗପୁରରୁ ୪୧, ନୟାଗଡରୁ ୧୨୦, ନୂଆପଡ଼ାରୁ ୨୫, ପୁରୀରୁ ୧୩୫, ରାୟଗଡ଼ାରୁ ୪୫, ସମ୍ବଲପୁରରୁ ୬୩, ସୋନପୁରରୁ ୩୮ ଓ ସୁନ୍ଦରଗଡ଼ରୁ ୯୪ ଜଣଙ୍କ ପଜିଟିଭ୍‌ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯୨୦ ହୋଇଥିବା ବେଳେ ସୁସ୍ଥତା ଲାଭ କରିଛନ୍ତି ୬୭୮୨୬ ଜଣ । ୨୯୫୭୧ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନାରେ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୬୭୦୯୧୦ ଜଣଙ୍କ ପରୀକ୍ଷା କରାଯାଇ ସାରିଛି ।

jittmm
Leave A Reply

Your email address will not be published.