ଆଜି ବଲାଙ୍ଗିର ଜିଲ୍ଲାରେ ୨୭ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବଲାଙ୍ଗିର ପୌରାଂଚଳରୁ ୬ ଜଣ ରହିଛନ୍ତି । ତେବେ ସଂପୃକ୍ତ ପୌରାଂଚଳର ଇନ୍ଦିରାନଗରରୁ ୧, ଖଲିଆପାଲିରୁ ୧, ସୁଦପଡ଼ାରୁ ୧, ଗେଟ୍‌ସରୋବରପଡ଼ାରୁ ୧, ବଡ଼ପଡ଼ାରୁ ୧ ଓ ବରପାଲିପଡ଼ାରୁ ୧ ଚିହ୍ନଟ ହୋଇଛନ୍ତି । ସେହିପରି ଗ୍ରାମାଂଚଳରୁ ଟିଟିଲାଗଡ଼ ବ୍ଲକ୍‌ ଡଙ୍ଗରପଡ଼ାରୁ ୧, ଖପ୍ରାଖୋଲ ବ୍ଲକ ଲାଠୋରରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡାରୁ ୬, ସଇଁନ୍ତଲା ବ୍ଲକ ବେଲଗାଁରୁ ୧, ଲୋଇସିଂହା ବ୍ଲକ୍‌ ସିଙ୍ଗାଣିମୁଣ୍ଡାରୁ ୧, ତୁରେକେଲା ବ୍ଲକ୍‌ ଚଟୁଅନକାରୁ ୧, ପୁଇଁନ୍ତଲା ବ୍ଲକ ଲୁକାପଡ଼ାରୁ ୧ ଓ ଗୁଡ଼ଭେଲା ବ୍ଲକ୍‌ ସମରାରୁ ୯ ଜଣ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆକ୍ରାନ୍ତ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି । ଆଜି ସଂକ୍ରମିତଙ୍କ ମଧ୍ୟରେ ୮ ଜଣ ମହିଳା ରହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୯୦୭ ଜଣ ମହାମାରୀ କରୋନା କବଳରେ ଆକ୍ରାନ୍ତ ହୋଇଥିବା ବେଳେ ୫୬୬ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନାରେ ପ୍ରକାଶ ।

Leave A Reply

Your email address will not be published.