ବଲାଙ୍ଗିର ଜିଲ୍ଲାରେ ଆଜି ସର୍ବାଧିକ ୯୨ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ସର୍ବାଧିକ ୯୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଂଚଳରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ତେବେ ବଲାଙ୍ଗିର ପୌରାଂଚଳରୁ ୧୯ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଜଣେ ମହିଳା କୋଭିଡ ଯୋଦ୍ଧା ଓ ଜଣେ ପୁରୁଷ କୋଭିଡ ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି । ବଲାଙ୍ଗିର ପୌରାଂଚଳର କଂସାରୀପଡ଼ାରୁ ୨, ଲକ୍ଷ୍ମୀନଗରରୁ ୧, ତାଲପାଲିପଡ଼ାରୁ ୪, ଇନ୍ଦିରାନଗରରୁ ୧, ସତ୍ୟନାରାୟଣପଡ଼ାରୁ ୧, ଲକ୍ଷ୍ମୀଜୋରପଡ଼ାରୁ ୧, ତେଲିଗୋଠପଡ଼ାରୁ ୧, ବରପାଲିପଡ଼ାରୁ ୧, କନ୍ଧପାଲିପଡ଼ାରୁ ୧, ବିଭୂତିପଡ଼ାରୁ ୧, ଡୁଙ୍ଗୁରିପଡ଼ାରୁ ୧, କଲେଜଛକରୁ ୨, ବିଷ୍ଣୁମୁଣ୍ଡାରୁ ୧ ଏବଂ ପେଲେସଲାଇନ୍‌ରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଫାସଡ଼ରୁ ସର୍ବାଧିକ ୨୩ ଜଣ ଚିହ୍ନଟ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି । ଦେଓଗାଁ ବ୍ଲକ ଚନ୍ଦ୍ରପୁରରୁ ୩ ଓ ବନ୍ଧପାଲିରୁ ୧, ପୁଇଁନ୍ତଲା ବ୍ଲକ ସିକାବାହେଙ୍ଗାରୁ ୩, ପୁଇଁନ୍ତଲାରୁ ୧, ବଲାଙ୍ଗିର ବ୍ଲକ ଚନ୍ଦନଭାଟିରୁ ୯, ଆଗଲପୁର ବ୍ଲକ ଉପରବାହାଲରୁ ୧ ଓ ବନ୍ଧବାହାଲରୁ ୧, ଆଗଲପୁରରୁ ୧୦, ଲୋଇସିଂହା ବ୍ଲକ ନୂଆପଡ଼ାରୁ ୮, ଲୋଇସିଂହା ବ୍ଲକ ବୁରୋମୁଣ୍ଡାରୁ ୧, ଲୋଇସିଂହା ବ୍ଲକ ବୁଡର଼୍ାରୁ ୨, ଖପ୍ରାଖୋଲରୁ ୧, ଖୋପ୍ରାଖୋଲ ବ୍ଲକ ଲାଠୋରରୁ ୧ ଓ ଲୁହାସିଂହାରୁ ୧, ଟିଟିଲାଗଡ଼ ବ୍ଲକ ଖୋଲାନ୍‌ରୁ ୧ ଓ କୁମୁଡ଼ାରୁ ୧ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜେଟିଭ୍‌ ହୋଇଥିବା ବେଳେ ବାକି ଆକ୍ରାନ୍ତ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ଆଜି ସଂକ୍ରମିତଙ୍କ ମଧ୍ୟରେ ୪୪ ଜଣ ମହିଳା ରହିଛନ୍ତି । ପ୍ରାପ୍ତ ଚିହ୍ନଟ ତାଲିକାରେ ସୋନପୁର ଜିଲ୍ଲା ଝାର୍‌ତରଭା ଜଣେ ଆକ୍ରାନ୍ତ ମଧ୍ୟ ସାମିଲ୍‌ ଅଛନ୍ତି । ଦିଆଯାଇଥିବା ରିପୋର୍ଟ ଅନୁସାରେ ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୮୮୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଦ୍ୟରୁ ୫୫୩ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.