jsm

ଆଜି ବଲାଙ୍ଗିର ଜିଲ୍ଲାରେ ୫୧ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୦

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୦ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ମନୋହରପୁରରୁ ୧, ରାଧାରଣୀପଡ଼ାରୁ ୩, ପେଲେସ ଲାଇନ୍‌ରୁ ୪, ବରପାଲିପଡ଼ାରୁ ୧, ରୁଗୁଡ଼ିପଡ଼ାରୁ ୧, ରାଜେନ୍ଦ୍ରପଡ଼ାରୁ ୨, ରୋୟାଲ୍‌ ଗାଡେର଼୍ନ୍‌ରୁ ୧, ତାଲପାଲିପଡ଼ାରୁ ୨, ଲାଲଟିକ୍ରାରୁ ୧, ମାଲପଡ଼ାରୁ ୧, ସାଗରପଡ଼ାରୁ ୧, ଚିମ୍‌ନିଭାଟିପଡ଼ାରୁ ୧, ସାଲେପାଲିରୁ ୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗ୍ରାମାଂଚଳରୁ ଆଗଲପୁର ବ୍ଲକ୍‌ ଡୁଡ଼ୁକାରୁ ୧, ବଲାଙ୍ଗିର ବ୍ଲକ୍‌ ଚଁଟିଆପାଲିରୁ ୧, ଚନ୍ଦନଭାଟିରୁ ୧, ହରିପାଲିରୁ ୧, ସଦେଇପାଲିରୁ ୧, ବଲାଙ୍ଗିର ବ୍ଲକ୍‌ରୁ ଆହୁରି ୩, ଦେଓଗାଁ ବ୍ଲକ୍‌ ଚନ୍ଦର୍‌ପୁରରୁ ୪, ସାଲେପାଲିରୁ ୧, ଫଟାମୁଣ୍ଡାରୁ ୧, କଛାରପାଲିରୁ ୧, ବନ୍ଧପଡ଼ାରୁ ୧ ଏବଂ ଦେଓଗାଁରୁ ୧, ଲୋଇସିଂହା ବ୍ଲକ୍‌ ଅନ୍ତପାଲିରୁ ୧, ପାଟଣାଗଡ଼ ଏନ୍‌ଏସି ବରମ୍‌ପୁରାରୁ ୧, ପାଟଣାଗଡ଼ ବ୍ଲକ୍‌ ଚକାମାଲରୁ ୧, ପୁଇଁନ୍ତଲା ବ୍ଲକ୍‌ କୁଲ୍‌ଥିପାଲିରୁ ଓ ରଣ୍ଡାରୁ ୧, ଟିଟିଲାଗଡ଼ ବ୍ଲକ୍‌ ବାଂଜିପଦରରୁ ୧ ଓ ଗାର୍ଲସ୍‌ ହାଇସ୍କୁଲ ପଡ଼ାରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କ ତାଲିକାରେ ଆଜି ୨ ଜଣ ମହିଳା ଏବଂ ୫ ଜଣ ପୁରୁଷ କୋଭିଡ଼୍‌ ଯୋଦ୍ଧା ଆକ୍ରାନ୍ତ ହୋଇଥିବା ଦର୍ଶାଯାଇଛି । ତେବେ ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ସମୁଦାୟ ୨୭୨୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୮୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣ ପ୍ରାଣ ହରାଇଥିବା ରିପୋର୍ଟରେ କୁହାଯାଇଛି ।

yuvodaya
Leave A Reply

Your email address will not be published.