କରୋନା ସ୍ଥିତି ଅସମ୍ଭାଳ : ଆଜି ରାଜ୍ୟରେ ସର୍ବାଧିକ ୧୮୩୩ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : ଦିନକୁ ଦିନ କରୋନା ସ୍ଥିତି ରାଜ୍ୟରେ ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୮୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୧୮ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୭୧୫ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ଆଜି ଖୋର୍ଦ୍ଧାରୁ ୨୯୮, ଗଂଜାମରୁ ୨୭୯, ରାୟଗଡ଼ାରୁ ୧୫୨, କଟକରୁ ୧୨୪, କୋରାପୁଟରୁ ୪୭, ଢେଙ୍କାନାଳରୁ ୪୩, ସୁନ୍ଦରଗଡ଼ରୁ ୧୧୦, କଳାହାଣ୍ଡିରୁ ୮୪, ବାଲେଶ୍ୱରରୁ ୬୯, ପୁରୀରୁ ୬୭, ନୟାଗଡ଼ରୁ ୬୧, ଯାଜପୁରରୁ ୬୦, ଭଦ୍ରକରୁ ୫୦, ସମ୍ବଲପୁରରୁ ୩୯, ବଲାଙ୍ଗିରରୁ ୩୭, ମାଲକାନଗିରିରୁ ୩୬, ଗଜପତିରୁ ୩୫, ବୌଦ୍ଧରୁ ୩୪, ମୟୁରଭଂଜରୁ ୩୪, କେନ୍ଦ୍ରାପଡ଼ାରୁ ୩୪, ସୋନପୁରରୁ ୩୩, ଝାରସୁଗୁଡ଼ାରୁ ୩୦, ଜଗତସିଂହପୁରରୁ ୧୬, କନ୍ଧମାଳରୁ ୧୬, କେନ୍ଦୁଝରରୁ ୧୬, ନବରଂଗପୁରରୁ ୧୧, ଅନୁଗୁଳରୁ ୯, ବରଗଡ଼ରୁ ୮, ନୂଆପଡ଼ାରୁ ୧ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୨୫୫୦କୁ ଛୁଇଁଛି । ଏମାନଙ୍କ ମଧ୍ୟରୁ ୨୬୮୮୭ ଜଣ ସୁସ୍ଥ ହୋଇଛନ୍ତି । ୧୫୩୭୦ ଜଣ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.