ବଲାଙ୍ଗିର ଜିଲ୍ଲାରେ ୧୯ ଜଣ ନୂଆ କରୋନା ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁଆଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୩ରୁ ୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଗଲପୁର ବ୍ଲକ ନୁନିଆପାଲି ଗ୍ରା.ପ.ରୁ ଜଣେ, ବୋଙ୍ଗମୁଣ୍ଡା ବ୍ଲକ ବେଲପଡା ଓ ବୋଙ୍ଗମୁଣ୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ ଏବଂ ଝରିଆଲ ଗ୍ରା.ପ.ରୁ ୨ ଜଣ, ବେଲପଡା ବ୍ଲକ ବେଲପଡା ଗ୍ରା.ପ.ରୁ ୨ ଜଣ, ଦେଓଗାଁ ବ୍ଲକ ଅର୍ଜୁନପୁର ଗ୍ରା.ପ.ର ୨ ଜଣ, କଣ୍ଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୦ରୁ ଜଣେ, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ମୁଣ୍ଡୋମହୁଲ ଗ୍ରା.ପ.ରୁ ଜଣେ ସଙ୍କ୍ରମିତ ହୋଇଛନ୍ତି । ସେହିପରି ଟିଟିଲାଗଡ ପୈାରାଂଚଳ ୱାର୍ଡ ନଂ.୮ରୁ ଜଣେ, ପାଟଣାଗଡ ଏନ୍‌ଏସି ୱାର୍ଡ ନଂ.୭ରୁ ୩ ଜଣ, ସଇଁନ୍ତଲା ବ୍ଲକ ଗ୍ରା.ପ.ରୁ ଜଣେ, ତୁରେକେଲା ବ୍ଲକ ଝରନି ଗ୍ରା.ପ.ରୁ ଜଣେ ସଙ୍କ୍ରମିତ ହୋଇଛନ୍ତି । ଜିଲ୍ଲାରେ ମାତ୍ର ୧୩୯ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.