om academy

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ : ଖପ୍ରାଖୋଲ ବ୍ଲକ୍‌ରୁ ୯ ଜଣ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ରହିଥିବା ସରକାରୀ ସୂତ୍ରରେ ପ୍ରକାଶ । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ୩ ଜଣ, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ୍‌ ପର୍ଲ୍ଲୀମାଲ ଗ୍ରା.ପ.ରୁ ଜଣେ, ଗୁଡ଼ଭେଲା ବ୍ଲକ୍‌ ସମରା ଓ ମାଢେ଼କେଲା ଗ୍ରା.ପ.ରୁ ଜଣେ ଲେଖାଏଁ, ଖପ୍ରାଖୋଲ ବ୍ଲକ୍‌ ବେନ୍ଦେର ଗ୍ରା.ପ.ରୁ ୭ ଜଣ, ଖପ୍ରାଖୋଲ ଗ୍ରା.ପ.ରୁ ଜଣେ ଓ ଲାଠୋର ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ ବଥର୍ଲା ଗ୍ରା.ପ.ରୁ ୬ ଜଣ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୭ରୁ ଜଣେ ଓ ୧୦ରୁ ୨ ଜଣ, ପୁଇଁନ୍ତଲା ବ୍ଲକ୍‌ ଖଲିଆପାଲିରୁ ଜଣେ, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୨ ଜଣ, ଟିଟିଲାଗଡ଼ ବ୍ଲକ୍‌ ବିଜେପୁର ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଥିବା କୁହାଯାଇଛି । ବଲାଙ୍ଗିର ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮୦୯୯ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮୧୪ ଜଣ ସୁସ୍ଥ ହୋଇଛନ୍ତି । ୨୫୦ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.