ଗତ ୨୪ ଘଂଟାରେ ରାଜ୍ୟରେ ୨୦୭୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୦୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୨୨୮୬୦କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୮୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୯, ବାଲେଶ୍ୱରରୁ ୧୧୫, ବରଗଡ଼ରୁ ୩୮, ଭଦ୍ରକରୁ ୧୧୦, ବଲାଙ୍ଗିରରୁ ୧୭, ବୌଦ୍ଧରୁ ୧୨, କଟକରୁ ୨୮୩, ଦେବଗଡ଼ରୁ ୩, ଢେ଼ଙ୍କାନାଳରୁ ୬୧, ଗଜପତିରୁ ୩, ଗଂଜାମରୁ ୫, ଜଗତସିଂହପୁରରୁ ୯୯, ଯାଜପୁରରୁ ୧୨୦, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୫୮, କେଉଁଝରରୁ ୪୬, ଖୋର୍ଦ୍ଧାରୁ ୪୪୩, କୋରାପୁଟରୁ ୧୦, ମାଲକାନଗିରିରୁ ୪୭, ମୟୁରଭଂଜରୁ ୧୧୫, ନବରଂଗପୁରରୁ ୧୦, ନୟାଗଡ଼ରୁ ୫୮, ନୂଆପଡ଼ାରୁ ୪, ପୁରୀରୁ ୧୩୩, ରାୟଗଡ଼ାରୁ ୧୬, ସମ୍ବଲପୁରରୁ ୩୦, ସୋନପୁରରୁ ୯, ସୁନ୍ଦରଗଡ଼ରୁ ୫୬ ଓ ଷ୍ଟେଟ ପୁଲ୍‌ରୁ ୮୫ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.