centurian jitm

ରାଜ୍ୟରେ ଗତ ୨୪ ଘଂଟାରେ ୬୦୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧରୁ ୧୦୧୭

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୦୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୬୯୩୩୩କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୬୫୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୯୫, ବାଲେଶ୍ୱରରୁ ୩୯୨, ବରଗଡ଼ରୁ ୧୦୭, ଭଦ୍ରକରୁ ୨୪୬, ବଲାଙ୍ଗିରରୁ ୭୭, ବୌଦ୍ଧରୁ ୧୩୦, କଟକରୁ ୬୪୭, ଦେବଗଡ଼ରୁ ୨୮, ଢେ଼ଙ୍କାନାଳରୁ ୭୩, ଗଜପତିରୁ ୪୮, ଗଂଜାମରୁ ୪୫, ଜଗତସିଂହପୁରରୁ ୨୨୬, ଯାଜପୁରରୁ ୪୩୪, ଝାରସୁଗୁଡ଼ାରୁ ୪୨, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୧୧୨, କେନ୍ଦ୍ରାପଡ଼ାରୁ ୨୫୩, କେଉଁଝରରୁ ୧୨୩, ଖୋର୍ଦ୍ଧାରୁ ୧୦୧୭, କୋରାପୁଟରୁ ୧୨୬, ମାଲକାନଗିରିରୁ ୮୪, ମୟୁରଭଂଜରୁ ୨୯୭, ନବରଂଗପୁରରୁ ୧୪୬, ନୟାଗଡ଼ରୁ ୧୨୦, ନୂଆପଡ଼ାରୁ ୧୭, ପୁରୀରୁ ୨୯୧, ରାୟଗଡ଼ାରୁ ୧୨୦, ସମ୍ବଲପୁରରୁ ୧୦୧, ସୋନପୁରରୁ ୬୪, ସୁନ୍ଦରଗଡ଼ରୁ ୨୦୮ ଓ ଷ୍ଟେଟ ପୁଲ୍‌ରୁ ୧୫୧ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.