+୨ କମର୍ସ ଫଳାଫଳ : ସିଏନ୍‌ସି. ଛାତ୍ରଛାତ୍ରୀଙ୍କ ଧମାକାଦାର୍‌ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ କମର୍ସର ଫଳାଫଳ ଆଜି ପ୍ରକାଶ ପାଇଥିବା ବେଳେ ବଲାଙ୍ଗିର ସ୍ଥିତ ସିଏନ୍‌ସି କମର୍ସ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧମାକାଦାର୍‌ ସଫଳତା ଦେଖିବାକୁ ମିଳିଛି । ସଂପୃକ୍ତ କଲେଜରୁ ମିଳିଥିବା ସୂଚନା ଅନୁସାରେ କଲେଜର ସର୍ବମୋଟ ୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୨ ଜଣ ଛାତ୍ରଛାତ୍ରୀ ଫାଷ୍ଟ କ୍ଲାସ୍‌ ପାଇଛନ୍ତି । ତେବେ ଛାତ୍ର ରାମପ୍ରସାଦ ପାତ୍ର ୯୨.୩% ମାର୍କ ରଖିଥିବା ବେଳେ ଓଡ଼ିଶାରେ ୬ ନମ୍ବର ର‍୍ୟାଙ୍କ ଅକ୍ତିଆର କରିଛନ୍ତି । ଛାତ୍ରୀ ଆଂଚଲ କେଡ଼ିଆ ୯୦.୫% ମାର୍କ ରଖିଛନ୍ତି ।

ଉଭୟ ଛାତ୍ରଛାତ୍ରୀ କଳେଜ ତଥା ସାରା ବଲାଙ୍ଗିର ମାଟି ପାଇଁ ଗୌରବ ଆଣି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କଲେଜର ୩୪ ଜଣ ଛାତ୍ରଛାତ୍ରୀ ୮୦%ରୁ ଅଧିକ ମାର୍କ ରଖିଥିବା ବେଳେ ୩୦ ଜଣ ଛାତ୍ରଛାତ୍ରୀ ୭୦%ରୁ ଅଧିକ ମାର୍କ ରଖିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ସଫଳତା ହାସଲ୍‌ କରିଛନ୍ତି ସଂପୃକ୍ତ କଲେଜର ଛାତ୍ରଛାତ୍ରୀ ସମୂହ । ସିଏନ୍‌ସି.ର ଏହି ସଫଳତା ପାଇଁ ସାରା ରାଜ୍ୟରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.