ଏସ୍‌ସିବିରେ ପୁନଃ କାର୍ଯ୍ୟକ୍ଷମ ହେଲା ଫିଭର୍‌ କ୍ଲିନିକ୍

କଟକ : ଏସ୍‌ସିବିରେ ଫିଭର୍‌ କ୍ଲିନିକ୍ ପୁନଃ କାର୍ଯ୍ୟକ୍ଷମ ହୋଇଥିବା ଜଣାପଡିଛି । ପୂର୍ବରୁ ଫିଭର୍‌ କ୍ଲିନିକ ଥିଲା, ହେଲେ ସଂକ୍ରମଣ ହ୍ରାସ ପାଇବା ପରେ ମେଡ଼ିକାଲ କର୍ତ୍ତୃପକ୍ଷ କ୍ଲିନିକ୍‌କୁ ବନ୍ଦ କରି ଦେଇଥିଲେ । ସମ୍ପ୍ରତି ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ କ୍ଲିନିକକୁ ଏସ୍‌ସିବି କର୍ତ୍ତୃପକ୍ଷ ପୁନଃ କାର୍ଯ୍ୟକ୍ଷମ କରିଛନ୍ତି । ଏଠାରେ ପ୍ରଥମ ଦିନ ୭୦ ନମୁନା ପରୀକ୍ଷା ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ନମୁନା ପରୀକ୍ଷା ବଢ଼ାଯିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଥିବା ବେଳେ ଷ୍ଟାଫ୍‌ ସଂଖ୍ୟା ବୃଦ୍ଧି କରିବାକୁ ଚିଠି ଜାରି ହୋଇଛି । ୨ଜଣ ରିସର୍ଚ ଆସିଷ୍ଟାଣ୍ଟ, ୮ଜଣ ଲାବ୍‌ ଟେକ୍ନିସିଆନ୍‌, ୪ଜଣ ଡାଟା ଏଣ୍ଟ୍ରି ଅପରେଟର୍‌ ଓ ୨ଜଣ ଆଟେଣ୍ଡାଣ୍ଟ ଅଧିକ ନିଯୁକ୍ତି ପାଇଁ ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.