jayashree

ଖ୍ରୀଷ୍ଟିୟାନ ଧର୍ମ ନେବା ପାଇଁ ପ୍ରବର୍ତ୍ତାଉ ପାଷ୍ଟରଙ୍କୁୁ ଅଟକ ରଖିଲେ ଗ୍ରାମବାସୀ : ଥାନାରେ ଅଭିଯୋଗ

ତୁରେକେଲା, (ପିତାମ୍ବର ଦୀପ) : ଉପାନ୍ତ ଅଞ୍ଚଳର ଗାଁ ଗହଳିମାନକଙ୍କରେ ଚାଲିଛି ଧର୍ମ ପରିବର୍ତ୍ତନ । ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଖ୍ରୀଷ୍ଟିୟାନ ଧର୍ମ ନେବା ପାଇଁ ପ୍ରବର୍ତ୍ତାଉ ଥିବା ଦେଖିବାକୁ ମିଳିଛି । ଏନେଇ ଗାଁରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା ଓ ଏକ ସଭା ଡକାଇ ଖ୍ରୀଷ୍ଟଧର୍ମ ଧର୍ମ ଗୁରୁଙ୍କୁ ଚେତାବନୀ ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଶୁକ୍ରବାର ତୁରେକେଲା ବ୍ଲକ ବଡ଼ବାଙ୍କୀ ପଞ୍ଚୟତ ସାଲେମୁଡଗା ଗାଁର ଜଣେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଘରକୁ ତାଙ୍କର ଧର୍ମଗୁରୁ ଆସି ଅନ୍ୟମାନକୁ ମଧ୍ୟ ଖ୍ରୀଷ୍ଟଧର୍ମରେ ଅନୁଗାମୀ ହେବା ପାଇଁ ଯୋଜନା କରୁଥିବା ବେଳେ ଗାଁ ଲୋକେ ସେମାନଙ୍କୁ ଅଟକ ରଖି ସଭା ଡକାଇ ଚେତାବନୀ ଦେଇଥିବା ଏକ ଚିତ୍ର ସାମ୍ନାକୁ ଆସିଛି । ଏବଂ ଆସନ୍ତା ଡିସେମ୍ବର ୨୫ତାରିଖରେ ଯୀଶୁଙ୍କ ଜନ୍ମ ଦିବସ ଥିବା ବେଳେ ଜୋରଦାର ପାଳନ କରିବା ପାଇଁ ଯୋଜନା କରାଯାଉଥିବା ଜଣାପଡିଛି । ଏହାକୁ ନେଇ ଗାଁ ଲୋକେ ତାହା କରାଇ ନ ଦେବା ପାଇଁ ଜିଦ କରିଥିବାସୂଚନା ମିଲିଛି । ବଡବାଙ୍କୀ ପାୟତର ଅନେକ ଗାଁରେ ତାଙ୍କର ଧର୍ମ ପ୍ରଚାର ପ୍ରସାର ଓ ସଭା ସମିତି, ଭଜନ କୀର୍ତ୍ତନ ଚାଲିଥିବା ମଧ୍ୟ ଦେଖିବାକୁ ମିଳିଛି । ଏ ବିଷୟରେ ଖ୍ରୀଷ୍ଟିୟାନ ଧର୍ମଗୁରୁ ଓ ତାଙ୍କ ସଦସ୍ୟ ତୁରେକେଲା ଥାନାରେ ଏକ ଅଭିଯୋଗ ଦେଇ ଥିବା ବିଶେଷ ସୂତ୍ରରୁ ଖବର ମିଳିଛି ।

Leave A Reply

Your email address will not be published.