oom

ଇନ୍ଦୁପୁର ଗ୍ରାମର ଶିବମନ୍ଦିରରେ ଚୋରି ଅଭିଯୋଗ

jsmm
  • ପୋଲିସ ପ୍ରଶାସନ ପକ୍ଷରୁ କଡାକଡ଼ି ଭାବରେ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଲରମ୍ଭା ଥାନା ଅନ୍ତର୍ଗତ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଇନ୍ଦୁପୁର ଗ୍ରାମର ଶିବ ମନ୍ଦିରର ତାଲା ଭାଙ୍ଗି ଚୋରି କରି ନେଇ ଯାଇଥିବା ଅଭିଯୋଗ ହେଉଛି । ସକାଳୁ ପୂଜାରୀ ନୃପରାଜ ଥନାପତି ମନ୍ଦିରକୁ ପୂଜା କରିବା ପାଇଁ ପ୍ରତିଦିନ ଭଳି ମନ୍ଦିରକୁ ଯାଇଥିଲେ ପୂଜକ ତାଲା ସହ କବାଟ ଖୋଲି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ମନ୍ଦିର ଦାନବାକ୍ସ ସହ ପୂଜା ସାମଗ୍ରୀ ନଥିବାରୁ କେହି କବାଟ ଖୋଲି ଚୋରି କରିଥିବା ଦେଖିବା ପରେ ଗ୍ରାମବାସୀଙ୍କୁ କହିଥିଲେ । ମନ୍ଦିର ପରିଚାଳନା କମିଟିର ସଭାପତି ଚମ୍ପାଲାଲ ଅଗ୍ରୱାଲଙ୍କ ସହ ଗ୍ରାମବାସୀ କେହି ଦୃବୃତ୍ତ କବାଟ ଭାଙ୍ଗି ମନ୍ଦିରର ସାମଗ୍ରୀ ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ । ଏହାପରେ ଗାଁର କାର୍ତିକ ମହାକୁର ଲାରମ୍ଭା ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ଲରମ୍ଭା ଥାନାରେ ଏତଲା ଦେଇଥିଲେ । ଲରମ୍ଭା ପୋଲିସ କେସ୍‌ ନଂ ୬୭/୨୨ରେ କେସରୁଜୁ କରି ଲରମ୍ଭା ଥାନା ଅଧିକାରୀ ରବିନ୍ଦ୍ର ବେହେରା ଓ ବଲାଙ୍ଗିର ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି । କିଛି ଦିନ ତଳେ ଖପ୍ରାଖୋଲ ଥାନା ବାଞ୍ଜିପାଲି ଗ୍ରାମର ଜଗନ୍ନାଥ ମନ୍ଦିରର ମଧ୍ୟ ତାଲା ଭାଙ୍ଗି ଚୋରି ହୋଇଥିବା ବେଳେ ପୁଣି ଇନ୍ଦୁପୁର ଗ୍ରାମର ଶିବ ମନ୍ଦିର ଚୋରି ହୋଇଥିବା ଲୋକଙ୍କୁ ବିଶ୍ମୀତ କରିଛି । ଦୁବୃର୍ତ୍ତ ମାନେ ମନ୍ଦିର ଗୁଡିକକୁ ଟାର୍ଗେଟ ରଖୁଛନ୍ତି । ଏଥିପ୍ରତି ପୋଲିସ ପ୍ରଶାସନ କଡ଼ା କଡ଼ି ଭାବରେ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.