ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ : ମାଡିବସିଲା ପୋଲିସ

ଲମତାପୁଟ : ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ନିଜ ଦେହରେ ଗଞ୍ଜେଇକୁ ଟେପ୍ ମାଧ୍ୟମରେ ସିଲ କରି ଚୋରାଚାଲାଣ କରୁଥିଲା ଜଣେ ୱେଷ୍ଟବେଙ୍ଗଲର ମାଫିଆ । ପାଡୁଆ ପୋଲିସ ୱେଷ୍ଟବେଙ୍ଗଲର ମାଫିଆ ବୁଲନ ଖାଁଠାରୁ ୨୮କେଜି ଗଞ୍ଜେଇ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଗଂଜେଇ ପାଡୁଆ ଅଞ୍ଚଳରୁ ୱେଷ୍ଟବେଙ୍ଗଲ ଯିବା ପରେ ସେଠାରୁ ବାଙ୍ଗଲାଦେଶ ଚୋରା ଚାଲାଣ ହୋଇଥାନ୍ତା । ମାଫିଆଠାରୁ ପ୍ରାୟ ୨୮କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ କହିବା କଥା ଏହି ଗଞ୍ଜେଇ ବାଙ୍ଗଲାଦେଶରେ କିଲୋ ପ୍ରତି ୫୦ହଜାର ରହିଛି ।

Leave A Reply

Your email address will not be published.