ସ୍କୁଲରୁ ଚୋରି ବେଳେ ଗାଁ ଯୁବକଙ୍କୁ ଦେଖି ଚୋର ଚମ୍ପଟ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ମଙ୍ଗଳବାର ରାତିରେ ଚୋରି ହେଉଥିବାର ସୁରାକ ମିଳିବାରୁ ଗାଁର ଯୁବକମାନେ ପହଂଚି ଯାଇଥିଲେ । ଫଳରେ ଯୁବକମାନଙ୍କୁ ଦେଖି ଚୋରି ସାମଗ୍ରୀକୁ ଛାଡି ଚୋରମାନେ ଚମ୍ପଟ ମାରିଛି । ଲୋକଙ୍କ କହିବା ଅନୁଯାୟୀ ଗତ ମଙ୍ଗଳବାର ଦିନ ରାତି ୧୨ଟା ସମୟରେ ହାଇସ୍କୁଲ ଛାତ ଉପରେ ଲାଇଟ ଜଳୁଥିବାର ଦେଖି ନିକଟସ୍ଥ ଘରେ କିଛି ଯୁବକ ସଂଦେହ କରିଥିଲେ। ଗାଁର ଅନ୍ୟ ଲୋକମାନଙ୍କୁ ଖବର ଦେବା ପରେ ଏକତ୍ରୀତ ହୋଇଥିଲେ ଲୋକମାନେ। ଲୋକମାନେ ଆସୁଥିବାର ଦେଖି ଚୋରି କରୁଥିବା ୭ରୁ ୮ଜଣ ଲୋକ ଛାତ ଉପରୁ ଡେଇଁ ଚମ୍ପଟ ମାରିଛନ୍ତି । ହାଇସ୍କୁଲ ଛାତ ଉପରୁ ୪ ଯୋଡ଼ା କବାଟ, ୧୭ଟି ପଙ୍ଖାକୁ ଉଦ୍ଧାର କରି ଗାଁ କ୍ଲବରେ ଲୋକମାନେ ରଖିଛନ୍ତି। ଅନୁସନ୍ଧାନ କରିବାକୁ ଏନେଇ ଦେଓଗାଁ ପୁଲିସକୁ ମଧ୍ୟ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେଲା ଦେଓଗାଁ ଅଞ୍ଚଳରେ ଚୋରମାନେ ଆତଙ୍କ ମଚାଇ ରଖିଛନ୍ତି । କେତେବେଳେ ଛେଳି ଚୋରି କରି ଚମ୍ପଟ ମାରୁଛନ୍ତି ତ ପୁଣି କେତେବେଳେ ଗାଡ଼ି ଚୋରି କରି ନେଉଛନ୍ତି, ହେଲେ ପୁଲିସ ଟିକିଏ ସୁରାକ ବି ପାଇ ପାରୁନି । ଯାହାଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି । କରୋନା ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ଥିବାରୁ ଏହା ଉପରେ ଚୋରମାନେ ଲୋଳୁପ ଦୃଷ୍ଟି ପକାଇଛନ୍ତି । ବଗଡ଼ା ହାଇସ୍କୁଲ ଓ ମହଲେଇ ପଞ୍ଚାୟତରୁ ଚାଉଳ ଚୋରି ପରେ ମହଲେଇ ପ୍ରାଥମିକ ବିଦ୍ୟାଳୟରରୁ କମ୍ପ୍ୟୁଟର ଚୋରି ହୋଇଥିବା ପୂର୍ବରୁ ନଜର ରହିଥିଲା।

Leave A Reply

Your email address will not be published.