jayashree

ଉତ୍କଳ ବିକାଶ ପରିଷଦ ପକ୍ଷରୁ କନ୍ଦରପୁର ଓଭରବ୍ରିଜ ନେଇ କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ଚିଠି

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ରେଳବାଇ ଫାଟକ ପରିବର୍ତ୍ତେ ଓଭରବ୍ରିଜ ଯାହାକି କଟକ ନୂଆଗାଁ ଜାତୀୟ ରାଜପଥ ସଂଖ୍ୟା ୫୫ ନିର୍ମାଣ କାର୍ଯ୍ୟ ବହୁତ ଦିନ ହେବ ହୋଇନପାରି ପଡି ରହିଛି ଦୈନନ୍ଦିନ ମାଲବାହୀ ଓ ଯାତ୍ରୀବାହୀ ରେଳ ପାରାଦ୍ୱୀପ ଠାରୁ କଟକ ଅଭିମୁଖେ ଯାତାୟାତ କରୁଥିବାରୁ ଜନସାଧାରଣଙ୍କ ଗମନାଗମନ ବିଶେଷକରି ଆମ୍ବୁଲାନ୍ସ ସେବା ଆଦି ବହୁ କାର୍ଯ୍ୟ ସମ୍ପାଦନରେ ନାନାଦି ସମସ୍ୟା ସୃଷ୍ଟି ହେଉଛି । ଏନେଇ କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ)ର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଚିଠି ମାଧ୍ୟମରେ ମାନ୍ୟବର କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ନିବେଦନ କରି ଏତଦ୍ୱାରା କଟକ ଜଗତସିଂହପୁର ଏବଂ ଅନ୍ୟାନ୍ୟ ଜିଲ୍ଲା ଜନସାଧାରଣ ଉପକୃତ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.