oom

ରାସ୍ତା ଦୂରବସ୍ଥା ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ କାଉନସିଲରଙ୍କ ଚିଠି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ପ୍ରତି ବର୍ଷ ଗମନା ଗମନକୁ ପ୍ରାଧାନ୍ୟ ଦେବା ସହ କୋଟି କୋଟି ଅର୍ଥ ବିନିମୟରେ ରାସ୍ତା ମାନ ନିର୍ମାଣ କରୁଛନ୍ତି । ହେଲେ କିଛି ଲାଞ୍ଚୁଆ ଅଧିକାରୀଙ୍କ ଠିକାଦାର ପୋଷା ନୀତି ଓ ହାତ ଗୁଞ୍ଜ ପାଉଣାର ଲୋଭ ସବୁ ଯୋଜନାକୁ ଭୂମିସ୍ଥ ହେବା ଆଗରୁ ହିଁ ଭୂମି ଗସ୍ତ କରି ଦେଉଛନ୍ତି । ସେହି ପରି ପଦ୍ମପୁରର ୱାର୍ଡ ନମ୍ବର ୦୨ ଅଧିନସ୍ଥ ଶାନ୍ତି ନଗର ହେଉଛି ଅଞ୍ଚଳର ଏକ ମୁଖ୍ୟ ଓ ବହୁ ଯାତାୟାତ ହେଉଥିବା ଅଞ୍ଚଳ । ନିକଟସ୍ଥ ପ୍ରାୟ ୨୦ ରୁ ୨୫ ଟି ଗ୍ରାମ କୁ ସହର ସହ ଯୋଡିବା ସହ ଏହି ଅଞ୍ଚଳରେ ବାସବାସ ଲରିଥିବା ଜନସାଧରଣ ତଥା ଶିକ୍ଷକ ଭବନ ଓ ବିଏସଏନଏଲ କାର୍ଯ୍ୟାଳୟ ସହ ସ୍କୁଲ କଲେଜ ଯିବା ପାଇଁ ପ୍ରାୟ ଏହି ରାସ୍ତା ଦେଇ ଲୋକେ ପ୍ରତି ଦିନ ଗମନା ଗମନ କରୁଥିବା ବେଳେ ମାତ୍ର ଗୋଟିଏ ବର୍ଷ ଆଗରୁ ନିର୍ମିତ ଶାନ୍ତିନଗର ଠାରୁ ଲୁହାରପାଲି ରାସ୍ତା ଅତ୍ୟନ୍ତ ଦୁର୍ଦ୍ୱୟ ଓ ଜରାଜୀର୍ଣ୍ଣ ହୋଇ ପଡିଛି । ଲୋକଙ୍କ ସୁବିଧା ପାଇ ନିର୍ମିତ ଏହି ରାସ୍ତାରେ ବର୍ତ୍ତମାନ ହୋଇଥିବା ଗାତ ଖାଳ ପ୍ରତିଦିନ ଲୋକଙ୍କୁ ମରଣ ଯନ୍ତା ମୁଖକୁ ପଠାଇବାର ନିମିତ୍ତ ପାଲଟିଛି । ଆଗାମୀ ଜୁଲାଇ ୦୧ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତଥା ଚତୁର୍ଦ୍ଧା ମୂର୍ତ୍ତି ଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଥିବା ବେଳେ ରଜାପଡା ମନ୍ଦିରରୁ ଠାକୁରଙ୍କ ରଥ ଶାନ୍ତିନଗର ସ୍ଥିତ ମାଉସୀ ମାଁ ମନ୍ଦିରକୁ ଏହି ରାସ୍ତା ଦେଇ ଯିବାକୁ ଥିବା ବେଳେ ଯଥା ଶୀଘ୍ର ସମ୍ଭର ଏହି ରାସ୍ତାର ମରାମତି କରିବା ପାଇଁ ଏହି ୱାର୍ଡର କାଉନସିଲର ଇଞ୍ଜିନିୟର କୁନାଲ ପାଣିଗ୍ରାହୀ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଦାବୀ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ମେଲ ମାଧ୍ୟମରେ ପତ୍ର ଦେଇଛନ୍ତି ।

jittmm
Leave A Reply

Your email address will not be published.