ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହେଲେ

ଗଜପତି : ଗଜପତି ଜିଲ୍ଲାରେ ୨ଦିନରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି । ସ୍କୁଲ ଖୋଲିବାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ସେମାନ‌ଙ୍କ ମଧ୍ୟରୁ ୨୬ ଜଣ କରୋନା ପଜିଟିଭ୍‌ ଚି‌ହ୍ନଟ ହୋଇଛ‌ନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୮ ତାରିଖରୁ ସାରା ରାଜ୍ୟରେ ସ୍କୁଲ ଖୋଲା ଯାଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ବୋର୍ଡ ପରୀକ୍ଷାକୁ ନଜରରେ ରଖି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ବର୍ତ୍ତମାନ ଗଜପତି ଜିଲ୍ଲାରେ ଏକାସାଙ୍ଗରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହେବା ପ୍ରଶାସନ ପାଇଁ ଚିନ୍ତା ବଢିଛି । ଏବେ ରାଜ୍ୟ ସରକାର କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.